ପିପିଲିରୁ ଗଡିଲା ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିବା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦାରୁ ଶଗଡ଼ି ଏବେ ପିପିଲିର ବାଟ ମହାବୀର ମନ୍ଦିର ନିକଟରୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ଜଗନ୍ନାଥଙ୍କ ଦାରୁ ଦର୍ଶନ ଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଦାରୁ ଶଗଡ଼ି ପିପିଲିରୁ ତେଇଶିପୁର ଓ ବୀରଗୋବିନ୍ଦପୁର ଦେଇ ୨୧ ତାରିଖ ସନ୍ଧ୍ୟା ବା ରାତି ସୁଦ୍ଧା ପୁରୀରେ ପହଞ୍ଚିବା ସମ୍ଭାବନା ରହିଛି। ୨୨ ତାରିଖ ସକାଳେ ଦାରୁ କୋଇଲି ବୈକୁଣ୍ଠକୁ ଯିବ […]

jagannathnkadaru

Rakesh Mallick
  • Published: Wednesday, 20 May 2015
  • , Updated: 20 May 2015, 12:46 PM IST

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିବା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦାରୁ ଶଗଡ଼ି ଏବେ ପିପିଲିର ବାଟ ମହାବୀର ମନ୍ଦିର ନିକଟରୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ଜଗନ୍ନାଥଙ୍କ ଦାରୁ ଦର୍ଶନ ଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଦାରୁ ଶଗଡ଼ି ପିପିଲିରୁ ତେଇଶିପୁର ଓ ବୀରଗୋବିନ୍ଦପୁର ଦେଇ ୨୧ ତାରିଖ ସନ୍ଧ୍ୟା ବା ରାତି ସୁଦ୍ଧା ପୁରୀରେ ପହଞ୍ଚିବା ସମ୍ଭାବନା ରହିଛି। ୨୨ ତାରିଖ ସକାଳେ ଦାରୁ କୋଇଲି ବୈକୁଣ୍ଠକୁ ଯିବ ବୋଲି ପୂର୍ବରୁ ସ୍ଥିର ହୋଇଛି।

ଜୁନ୍ ୨ ତାରିଖରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ପଡୁଛି। ଏହା ପରେ ଶ୍ରୀଜୀଉମାନେ ଅଣସରକୁ ଚାଲି ଯିବେ। ଏହା ପରେ କୋଇଲି ବୈକୁଣ୍ଠ ପରିସରରେ ଥିବା ଦାରୁ ଭଣ୍ଡାରରେ ପାଂରପରିକ ରୀତିନୀତି ଓ ପୂଜାର୍ଚ୍ଚନା ପରେ ଗୁପ୍ତ ଭାବେ ଶ୍ରୀଜୀଉମାନଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

Related story