ଡିସେମ୍ବର ସୁଦ୍ଧା ହାତୀ ମୃତ୍ୟୁ ରୋକିବାକୁ ଚୂଡ଼ାନ୍ତ ହେବ ଆକ୍ସନ ପ୍ଲାନ୍

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ହାତୀ କରିଡ଼ରକୁ ଚିହ୍ନଟ କରାଯିବ। ହାତୀ ଚଳ ପ୍ରଚଳ କରୁଥିବା ଅଞ୍ଚଳରେ ଏହି କରିଡ଼ର ଗୁଡ଼ିକୁ ଚିହ୍ନଟ କରାଯାଇ ସ୍ଥାନୀୟ ଜନସାଧାରଣଙ୍କୁ ହାତୀ ସୁରକ୍ଷା ପ୍ରସଙ୍ଗରେ ସଚେତନ କରାଯିବ।  ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନକୁ ଆସନ୍ତା ଡିସେମ୍ବର ସୁଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ଏହି ଆକ୍ସନ ପ୍ଲାନରେ ଥିବା ବିଭିନ୍ନ ପ୍ରସଙ୍ଗକୁ ଡିସେମ୍ବର ସୁଦ୍ଧା ସଫଳ ରୂପାୟନ କରାଯିବ ବୋଲି ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ […]

elephant

elephant

Niranjan Mishra
  • Published: Tuesday, 15 November 2022
  • Updated: 15 November 2022, 07:25 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ହାତୀ କରିଡ଼ରକୁ ଚିହ୍ନଟ କରାଯିବ। ହାତୀ ଚଳ ପ୍ରଚଳ କରୁଥିବା ଅଞ୍ଚଳରେ ଏହି କରିଡ଼ର ଗୁଡ଼ିକୁ ଚିହ୍ନଟ କରାଯାଇ ସ୍ଥାନୀୟ ଜନସାଧାରଣଙ୍କୁ ହାତୀ ସୁରକ୍ଷା ପ୍ରସଙ୍ଗରେ ସଚେତନ କରାଯିବ।  ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନକୁ ଆସନ୍ତା ଡିସେମ୍ବର ସୁଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ଏହି ଆକ୍ସନ ପ୍ଲାନରେ ଥିବା ବିଭିନ୍ନ ପ୍ରସଙ୍ଗକୁ ଡିସେମ୍ବର ସୁଦ୍ଧା ସଫଳ ରୂପାୟନ କରାଯିବ ବୋଲି ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଜରିଆରେ ଦର୍ଶା ଯାଇଛି। ରାଜ୍ୟରେ ହାତୀ ମୃତ୍ୟୁ ଉଦ୍‌ବେଗଜନକ ଭାବେ ବଢ଼ୁଥିବାରୁ ଏହାକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ କୋର୍ଟ ଏହି ସତ୍ୟପାଠକୁ ଗ୍ରହଣ କରିବା ସହ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ଏହି ମାମଲାରେ ଆସନ୍ତା ଜାନୁଆରୀ ୧୮ ସୁଦ୍ଧା ଆକ୍ସନ ପ୍ଲାନର ରୂପାୟନ ନେଇ ରିପୋର୍ଟ ଦେବ ଜଏଣ୍ଟ ଟାସ୍କ ଫୋର୍ସ।  ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ। ଏ ନେଇ ବିଦ୍ୟୁତ୍ ବିତରଣ କମ୍ପାନୀଙ୍କ ସହ ଆଲୋଚନା ଜାରି ରହିଛି। ରେଳବାଇ ସହ ଆଲୋଚନା କରି ହାତୀ କରିଡ଼ରରେ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଜଏଣ୍ଟ ଟାସ୍କ ଫୋର୍ସର ସତ୍ୟପାଠରେ ଦର୍ଶାଯାଇଛି।

ଅନ୍ୟପଟେ ଜଏଣ୍ଟ ଟାସ୍କ ଫୋର୍ସରେ ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ଏବଂ ଡକ୍ଟର ବିଶ୍ୱଜିତ୍ ମହାନ୍ତିଙ୍କୁ ସାମିଲ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଜେଟିଏଫ ଦ୍ଵାରା ପ୍ରସ୍ତୁତ ଆକ୍ସନ ପ୍ଲାନ ବିଷୟ ଗୁଡ଼ିକ ଉପରେ କେତେଦୂର କାର୍ଯ୍ୟ କରାଯାଇଛି ସେ ନେଇ ଜଣେଇବା ପାଇଁ କୋର୍ଟ କହିଛନ୍ତି।

ସେପଟେ ହାତୀ ଶିକାରକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ହାତୀ ଶିକାରକୁ ନେଇ ଦାୟର ସମସ୍ତ ମାମଲାର ତ୍ୱରିତ ବିଚାର ପାଇଁ ପଦକ୍ଷେପ ନେବାକୁ ଜେଟିଏଫ ସଦସ୍ୟ ତଥା ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜେଟିଏଫର ସମସ୍ତ ସଦସ୍ୟ ଆଜି ଭିସି ଜରିଆରେ ଉପସ୍ଥିତ ଥିଲେ। ଏହା ସହ ଭିସି ଜରିଆରେ ସାମିଲ ହୋଇ ବନ୍ୟପ୍ରାଣୀ ବିଶେଷଜ୍ଞ ଡାକ୍ତର ସୁକୁମାର ଅନେକ ପରାମର୍ଶ ଦେଇଥିଲେ।

କର୍ଣାଟକ ଏବଂ ଇଷ୍ଟ ସେଣ୍ଟ୍ରାଲ ଏଲିଫାଣ୍ଟ ଆକ୍ସନ ପ୍ଲାନକୁ ତର୍ଜମା କରି ସେହି ଆଧାରରେ ପଦକ୍ଷେପ ନେବାକୁ ଜେଟିଏଫକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଜାନୁଆରୀ ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ ହାତୀ ମୃତ୍ୟୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀଙ୍କ ଓକିଲ ଆଶିଷ ମିଶ୍ର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos