ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱର ସମ୍‌, କିମ୍ସ ଓ କଟକ ଅଶ୍ୱିନୀରେ ପ୍ଲାଜମା ଥେରାପି ଆରମ୍ଭ ହେବ। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭ ହଜାର ପରୀକ୍ଷଣ କରାଯାଉଥିବା ବେଳେ ସପ୍ତାହେ ମଧ୍ୟରେ ଏହାକୁ ୯ ହଜାରକୁ ବୃଦ୍ଧି କରାଯିବ ବୋଲି […]

plazama

Manoranjan Sial
  • Published: Tuesday, 14 July 2020
  • , Updated: 14 July 2020, 03:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱର ସମ୍‌, କିମ୍ସ ଓ କଟକ ଅଶ୍ୱିନୀରେ ପ୍ଲାଜମା ଥେରାପି ଆରମ୍ଭ ହେବ। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭ ହଜାର ପରୀକ୍ଷଣ କରାଯାଉଥିବା ବେଳେ ସପ୍ତାହେ ମଧ୍ୟରେ ଏହାକୁ ୯ ହଜାରକୁ ବୃଦ୍ଧି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଘରୋଇ ଚିକିତ୍ସାଳୟକୁ ଅନୁମତି ଦିଆଯିବ।

ଏଥିସହ ୫ଟି ଫୋକସ୍‌ ଜିଲ୍ଲାର ତଦାରଖ ବ୍ୟବସ୍ଥା ସୁଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି। ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ଯୋଗୁଁ ପରିସ୍ଥିତି ଆହ୍ୱାନମୂଳକ ରହିଛି। ଗଞ୍ଜାମ ଜିଲ୍ଲାରେ ଅଧିକ ମାନବସମ୍ବଳ ସହ ଭିତ୍ତିଭୂମି ସୁଦୃଢ଼ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Related story