୭୫ ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ, ପ୍ଲାଟିନମ ଜୁବୁଲି ଉତ୍ସବ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭୫ ବର୍ଷରେ ପଦାର୍ପଣ କରିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଏହି ଅବସରରେ ଆଜିଠୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଇ-ଲାଇବ୍ରେରୀର ଉଦ୍‌ଘାଟନ ଓ ରୁଷା ଭବନର ଶିଳାନ୍ୟାସ ମଧ୍ୟ ସେ କରିଛନ୍ତି । ୫ ଦିନ ଧରି ଚାଲିବାକୁ ଥିବା ଏହି  ଉତ୍ସବରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ […]

utkal-1-1

utkal-1-1

Niharika Rout
  • Published: Saturday, 23 November 2019
  • Updated: 23 November 2019, 01:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭୫ ବର୍ଷରେ ପଦାର୍ପଣ କରିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଏହି ଅବସରରେ ଆଜିଠୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଇ-ଲାଇବ୍ରେରୀର ଉଦ୍‌ଘାଟନ ଓ ରୁଷା ଭବନର ଶିଳାନ୍ୟାସ ମଧ୍ୟ ସେ କରିଛନ୍ତି । ୫ ଦିନ ଧରି ଚାଲିବାକୁ ଥିବା ଏହି  ଉତ୍ସବରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଣୀବିହାରର ଭିତ୍ତିଭୂମି  ବିକାଶ ପାଇଁ  ଶହେ କୋଟିର ଅନୁଦାନ ଘୋଷଣା କରିଛନ୍ତି।

ଉଦଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ, କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପୁରାତନ ଛାତ୍ର ଓ ବର୍ତ୍ତମାନ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos