ଷ୍ଟେଜ୍‌ ଉପରେ ବିଷଧର ସାପଙ୍କ ସହ ଖେଳ

Ordigital Desk
  • Published: Wednesday, 30 May 2018
  • , Updated: 30 May 2018, 07:40 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଷ୍ଟେଜ ଉପରେ ନାଗରାଜ। ସମସ୍ତଙ୍କ ସମ୍ମୁଖରେ ସେମାନଙ୍କ ସହିତ ଚାଲିଛି ଭୟଙ୍କର ଖେଳ। ଗୋଟିଏ ନୁହେଁ ଦୁଇଦୁଇଟି ନାଗ ସାପକୁ ଦାନ୍ତରେ ଚିପି ଧରି ବିନ୍&zwnj;ଦାସ ଖେଳ ଦେଖାଉଛି। ସାପ ଗୁଡ଼ିକୁ ଜଣେ ବ୍ୟକ୍ତି ଦାନ୍ତରେ ଚାପି ଧରି କେତେ ବେଳେ ଘୂରିବୁଲୁଛି ତ ଆଉ କେତେବେଳେ ସାପକୁ ଦାନ୍ତରେ ଚିପି ଧରି ନିଜେ ପାଣି ପିଉଛି। ଏମିତି ଖୁଲମଖୁଲା ବନପ୍ରାଣୀ ଆଇନର ଧଜିଆ ଉଡୁଛି ଗଞ୍ଜାମ ଜିଲ୍ଲାରେ। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବା ପରିବର୍ତ୍ତେ ମଜା ଉଠାଉଥିଲେ। ମଝିରେ ମଝିରେ ତାଳି ବି ମାରୁଥିଲେ।</p> <p>&lt;a href=&quot;&quot;&gt;(image) &lt;/a&gt;ସେହିପରି ଆଉ ଜଣେ ଲୋକ ଷ୍ଟେଜ ଉପରେ ଦୁଇ ଦୁଇଟି ନାଗସାପକୁ ଖେଳାଉଛି। ବିଷଧର ସାପଗୁଡିକୁ ନେଇ ଖେଳ ଦେଖାଇବା ପାଇଁ ବାରମ୍ବାର ସେମାନଙ୍କୁ ହଇରାଣ ହରକତ କରାଯାଇଛି। ଗତ ୧୫ ତାରିଖରେ ୟୁଟୁବରେ ଅପଲୋଡ ହୋଇଥିବା ଏହି ଭିଡିଓ। ଯାହା ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଷଧର ସାପଙ୍କ ପ୍ରତି ଏହା ନିଷ୍ଠୁରତା ନୁହେଁ କି? ସର୍ବସାଧାରଣରେ ଷ୍ଟେଜ ସୋ&rsquo;ରେ ଖେଳ ଦେଖାଇବା କେତେ ଦୂର ଯଥାର୍ଥ?</p> <p>ସର୍ବସାଧାରଣରେ ଏଭଳି ଖେଳ ପ୍ରଦର୍ଶନ ନ କରିବାକୁ ଗାଇଡ ଲାଇନ ଓ ଆଡଭାଇଜରୀ ରହିଛି। ହେଲେ ଏସବୁକୁ କେହି ଖାତିର କରୁନାହାନ୍ତି। ଏମିତିକି ସୋସିଆଲ୍&zwnj; ମିଡିଆରେ ବି ଘୂରିବୁଲୁଛି ବିଭିନ୍ନ ବନ୍ୟପ୍ରାଣୀଙ୍କ ସହ ସେଲଫି। ଯାହା ଅନ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଏଠି ପ୍ରଶ୍ନ ଉଠୁଛି କେବେ ହେବ କାର୍ଯାନୁଷ୍ଠାନ? କାହିଁକି ଆଇନକୁ କଡ଼ାକଡ଼ି ପାଳନ କରାଯାଉନାହିଁ ବୋଲି ସାଧାରଣରେ ମତପ୍ରକଶ ପାଇଛି।</p>

Related story