ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସହ ରାଜ୍ୟର ଅନ୍ୟସବୁ ଧାର୍ମିକ ପୀଠ ଖୋଲିବା ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆଉ ଏକ ଆବେଦନ ହୋଇଛି। ଆଇନଜୀବୀ ଜୟନ୍ତ ବଳ ରାଜ୍ୟ ସରକାରଙ୍କ ଅନଲକ୍-୪ ଗାଇଡ୍ ଲାଇନକୁ ଚାଲେଞ୍ଜ କରି ଏହି ଆବେଦନ କରିଛନ୍ତି। ଏହି ଆବେଦନରେ ଅନଲକ୍-୪ ଗାଇଡ୍ ଲାଇନର ଧାରା ୨-ଆଇନ କୁ ଚାଲେଞ୍ଜ କରାଯାଇଛି।
ଏହି ଧାରା ଅନୁସାରେ ସେପଟେମ୍ବର ୩୦ ଯାଏଁ କୌଣସି ଧାର୍ମିକସ୍ଥଳ ଖୋଲିବାକୁ ସରକାର ବାରଣ କରିଛନ୍ତି। ଏଣୁ ଏହା ବିରୋଧରେ ଆଡଭୋକେଟ୍ ଜୟନ୍ତ ବଳ ପୁଣିଥରେ ଏହି ଆବେଦନ କରିଛନ୍ତି। ପୂର୍ବରୁ କରିଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ।