ହାଇକୋର୍ଟରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା

କଟକ(ଓଡ଼ିଶା ରିପୋର୍ଟର): ହାଇକୋର୍ଟରେ କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା। ଶ୍ରୀ ବଳଦେବଜୀଉଙ୍କ ୫ ଜଣ ସେବାୟତଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କୋଭିଡ୍‌ କଟକଣା ଭିତରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କଲେ ସେବାୟତ। ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେବନି ରଥଯାତ୍ରା। କୋଭିଡ୍‌ ମହାମାରୀକୁ ଦେଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ […]

Baladev-Jew-temple

Manoranjan Sial
  • Published: Friday, 18 June 2021
  • , Updated: 18 June 2021, 08:03 PM IST

କଟକ(ଓଡ଼ିଶା ରିପୋର୍ଟର): ହାଇକୋର୍ଟରେ କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା। ଶ୍ରୀ ବଳଦେବଜୀଉଙ୍କ ୫ ଜଣ ସେବାୟତଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କୋଭିଡ୍‌ କଟକଣା ଭିତରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କଲେ ସେବାୟତ।

ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେବନି ରଥଯାତ୍ରା। କୋଭିଡ୍‌ ମହାମାରୀକୁ ଦେଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକ। ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କୋଭିଡ୍‌ କଟକଣାରେ ଗଡାଇବାକୁ ଅନୁମତି ଦେବା ପାଇଁ ଦାବି କରିଛନ୍ତି।

ରଥଯାତ୍ରା କରିବା ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଜିଲ୍ଲାର ସବୁ ତହସିଲ୍ ଅଫିସ୍‌ ଆଗରେ ଗଣଧାରଣା ଦିଆଯାଇଛି। ସେପଟେ କେନ୍ଦ୍ରାପଡ଼ା ରଥଯାତ୍ରା ପାଇଁ ସରକାର ଆନ୍ତରିକତା ଦେଖାନ୍ତୁ ବୋଲି ଏକ ପ୍ରେସ୍ ରିଲିଜ ଜରିଆରେ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ବୈଜୟନ୍ତ ଲେଖିଛନ୍ତି, ଶ୍ରୀକ୍ଷେତ୍ର ସହ ତୁଳସୀକ୍ଷେତ୍ର ରଥଯାତ୍ରା ମଧ୍ୟରେ ସାମଞ୍ଜସ୍ୟ ରହିଛି। ଏହା ଅଗଣିତ ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ। କୋଭିଡ୍‌ କଟକଣାରେ ଏଠି ରଥଯାତ୍ରା ପାଇଁ ସରକାର ଚେଷ୍ଟା କରିବା ଉଚିତ୍। ତେଣେ ବଳଦେବଜୀଉ ମନ୍ଦିରର କେତେକ ସେବାୟତ ଆଜି ପୁରୀ ଗୋବର୍ଦ୍ଧନପୀଠ ଯାଇ ଶଙ୍କରାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଏକ ନିବେଦନପତ୍ର ପ୍ରଦାନ କରିଛନ୍ତି।

Related story