ଆସନ୍ତା ବର୍ଷରୁ ୪୦ ସ୍କୁଲରେ ଖୋଲିବ ଯୁକ୍ତ ଦୁଇ କ୍ଲାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷରୁ ୪୦ ସ୍କୁଲରେ ଖୋଲିବ ଯୁକ୍ତ ଦୁଇ କ୍ଲାସ। ୫ଟି ଅନ୍ତର୍ଗତ ରୂପାନ୍ତରିକରଣ ହୋଇଥିବା ସ୍କୁଲକୁ ଅପଗ୍ରେଡ୍ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେଣୁ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ୪୦ଟି ସ୍କୁଲକୁ ଅପଗ୍ରେଡ୍ କାମ ଶେଷ କରି ପାଠପଢ଼ା ଆରମ୍ଭ କରାଯିବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଏହି ୪୦ଟି ସ୍କୁଲରେ ଆସନ୍ତା ବର୍ଷ ଠାରୁ ଏକାଦଶ […]

school

  • Published: Monday, 26 September 2022
  • , Updated: 27 September 2022, 02:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷରୁ ୪୦ ସ୍କୁଲରେ ଖୋଲିବ ଯୁକ୍ତ ଦୁଇ କ୍ଲାସ। ୫ଟି ଅନ୍ତର୍ଗତ ରୂପାନ୍ତରିକରଣ ହୋଇଥିବା ସ୍କୁଲକୁ ଅପଗ୍ରେଡ୍ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେଣୁ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ୪୦ଟି ସ୍କୁଲକୁ ଅପଗ୍ରେଡ୍ କାମ ଶେଷ କରି ପାଠପଢ଼ା ଆରମ୍ଭ କରାଯିବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଏହି ୪୦ଟି ସ୍କୁଲରେ ଆସନ୍ତା ବର୍ଷ ଠାରୁ ଏକାଦଶ ଶ୍ରେଣୀ ପାଠପଢ଼ା ହେବ। ବିଶେଷକରି କଲେଜ ନ ଥିବା ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦେଖି ତଥା ଡ୍ରପ ଆଉଟ ସମସ୍ୟାର ସମାଧାନ ନିମନ୍ତେ ଏହି ପ୍ରୟାସ ଆରମ୍ଭ କରିଛନ୍ତି ସରକାର। ଏକାଦଶ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି ମଧ୍ୟ ଆରମ୍ଭ ହୋଇଯାଇଛି।

ଏବେ ସୁଦ୍ଧା ୫୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏଥିନିମନ୍ତେ ନିଯୁକ୍ତି ଦିଆଯାଇଛି। ଆଗକୁ ଆହୁରି ଦିଆଯିବ। ଆବଶ୍ୟକ ପଡ଼ିଲେ ଗେଷ୍ଟ ଫ୍ୟାକ୍‌ଲଟି ମଧ୍ୟ ନିଯୁକ୍ତ କରାଯିବ। ରୂପାନ୍ତରିକରଣ ପ୍ରକ୍ରିୟାରେ ସ୍କୁଲ ଭିତ୍ତିଭୂମି ଭଲ ହୋଇସାରିଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଗକୁ ୧୦୦ଟି ସ୍କୁଲକୁ ଅପଗ୍ରେଡ୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Related story