ଯୁକ୍ତ ତିନିରେ ଅନର୍ସ କଟ୍‌ଅପ ମାର୍କକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର: ୨୦୧୭-୧୮ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ ଆରମ୍ଭ ହୋଇଛି ନାମ ଲେଖା ପ୍ରକ୍ରିୟା। ଚଳିତବର୍ଷ ୨ଲକ୍ଷ ୩୪ ହଜାର ୮୩୯ ଜଣ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇବାକୁ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୫୭ ହଜାର ୧୮୮ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି।  ତେବେ ଏବର୍ଷ ପ୍ରଥମ ଥର ପାଇଁ  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ କଟ୍ ଅଫ୍ ତାଲିକା ପ୍ରକାଶ ପାଇବା ବଦଳରେ ଛାତ୍ରଛାତ୍ରୀ […]

plus

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 06:37 PM IST

ଭୁବନେଶ୍ୱର: ୨୦୧୭-୧୮ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ ଆରମ୍ଭ ହୋଇଛି ନାମ ଲେଖା ପ୍ରକ୍ରିୟା। ଚଳିତବର୍ଷ ୨ଲକ୍ଷ ୩୪ ହଜାର ୮୩୯ ଜଣ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇବାକୁ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୫୭ ହଜାର ୧୮୮ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି।  ତେବେ ଏବର୍ଷ ପ୍ରଥମ ଥର ପାଇଁ  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ କଟ୍ ଅଫ୍ ତାଲିକା ପ୍ରକାଶ ପାଇବା ବଦଳରେ ଛାତ୍ରଛାତ୍ରୀ ଆବେଦନ କରିଥିବା ଅନର୍ସ ବିଷୟରେ କଟ୍ ଅଫ୍ ତାଲିକା ପ୍ରକାଶ କରିଛି। ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ସେମାନଙ୍କ ଅଭିଯୋଗ ଭଲ ନମ୍ବର ଥିବା ସତ୍ତ୍ୱେ ମନ ପସନ୍ଦର କଲେଜରେ ଆଡମିଶନ୍ ମିଳୁନାହିଁ। ସେପଟେ ଉଚ୍ଚଶିକ୍ଷା ବିଭାଗ କହିଛି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ପ୍ରକାଶ ପାଇବା ପରେ ସ୍ଲାଇଡ ସିଷ୍ଟମ୍ ଅନୁସାରେ ଛାତ୍ରଛାତ୍ରୀ ନିଜ ପସନ୍ଦର କଲେଜ ପରିବର୍ତ୍ତନ କରି ପାରିବେ।

Related story