ଆଜିଠୁ ଯୁକ୍ତ ୨ ନାମଲେଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ମାନେ ନିଜ ମନ ପସନ୍ଦର କଲେଜ୍ ଗୁଡ଼ିକରେ ଆଜିଠୁ ଆସନ୍ତା ୫ ତାରିଖ ଯାଏ ନାମ ଲେଖାଇ ପାରିବେ। ଜୁଲାଇ ୧୦ରେ ଦ୍ୱିତୀୟ କଟ୍ ଅଫ୍ ତାଲିକା ପ୍ରକାଶ ପାଇବ। ଜୁଲାଇ ୨୪ ତାରିଖରୁ ପ୍ରଥମ ବର୍ଷ କ୍ଲାସ୍ ଆରମ୍ଭ ହେବ। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଏବଂ ଧନ୍ଦାମୂଳକ ଶିକ୍ଷା ପାଇଁ ପ୍ରଥମ […]

16bjb

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 05:21 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ମାନେ ନିଜ ମନ ପସନ୍ଦର କଲେଜ୍ ଗୁଡ଼ିକରେ ଆଜିଠୁ ଆସନ୍ତା ୫ ତାରିଖ ଯାଏ ନାମ ଲେଖାଇ ପାରିବେ। ଜୁଲାଇ ୧୦ରେ ଦ୍ୱିତୀୟ କଟ୍ ଅଫ୍ ତାଲିକା ପ୍ରକାଶ ପାଇବ। ଜୁଲାଇ ୨୪ ତାରିଖରୁ ପ୍ରଥମ ବର୍ଷ କ୍ଲାସ୍ ଆରମ୍ଭ ହେବ।

ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଏବଂ ଧନ୍ଦାମୂଳକ ଶିକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷ ୪୧ ହାଜର ୯୨୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଜୁନ୍ ୧ ତାରିଖରୁ ୨୩ ତାରିଖ ଯାଏ ଛାତ୍ରଛାତ୍ରୀ ମାନେ ଉଭୟ ଅନ୍ ଲାଇନ୍ ଏବଂ ଅଫଲାଇନ୍ ଯୋଗେ ଏନେଇ ଆବେଦନ କରିଥିଲେ।

Related story