‘୧୯ରେ ଯୁକ୍ତ ଦୁଇ ବାଣିଜ୍ୟ ଓ ୩୧ ପୂର୍ବରୁ ପ୍ରକାଶ ପାଇବ କଳାର ରେଜଲ୍ଟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୯ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ଓ ୩୧ ତାରିଖ ପୂର୍ବରୁ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଇସାରିଛି। ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ। ୧୯ ତାରିଖ ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ଏହି ରେଜଲ୍ଟ। ସେହିପରି ଅଗଷ୍ଟ ୩୧ ପୂର୍ବରୁ […]

_students-

Manoranjan Sial
  • Published: Monday, 17 August 2020
  • , Updated: 17 August 2020, 05:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୯ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ଓ ୩୧ ତାରିଖ ପୂର୍ବରୁ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଇସାରିଛି।

ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ। ୧୯ ତାରିଖ ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ଏହି ରେଜଲ୍ଟ। ସେହିପରି ଅଗଷ୍ଟ ୩୧ ପୂର୍ବରୁ ପ୍ରକାଶ ପାଇବ +୨ କଳା ରେଜଲ୍ଟ। ସେହିପରି ଧନ୍ଦାମୂଳକ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା।

Related story