ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ; ଜାଣନ୍ତୁ କେଉଁଥିରେ କେତେ ପିଲା ପାସ୍ କଲେ
Ordigital Desk
• Published: Saturday, 09 June 2018
• , Updated: 09 June 2018, 10:48 AM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ।  କଳାରେ ୬୮.୭୯% ପିଲା ପାସ୍ କରିଥିବା ବେଳେ ବାଣିଜ୍ୟରେ ୭୪.୯୧ % ପିଲା ପାସ୍ କରିଛନ୍ତି।
ଏଥର କଳାରେ ୨, ୩୦, ୨୦୬ ପିଲା ପରୀକ୍ଷା ଦେଇଥିଲେ। ସେଥିରୁ ପାସ୍ କରିଛନ୍ତି ମୋଟ ୧, ୫୮, ୩୭୮ ଜଣ ଛାତ୍ରଛାତ୍ରୀ। ୬୩, ୭୫୯ ଜଣ ଛାତ୍ର ପାସ୍ କରିଥିବା ବେଳେ ୯୪, ୬୧୯ ଜଣ ଛାତ୍ରୀ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୧୯, ୯୯୩ ପିଲା। ଦ୍ୱିତୀୟ ଶ୍ରେଣୀରେ ୨୬, ୦୭୬ ଜଣ ପାସ୍ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୧, ୧୨, ୧୪୩ ଜଣ ପାସ୍ କରିଛନ୍ତି। ପୁରୀ ଜିଲ୍ଲାରେ ପାସ୍ ହାର ସବୁଠୁ ଅଧିକ ରହିଛି। ଏଠାରେ ପାସ୍ ହାର ୭୯.୮୭ ପ୍ରତିଶତ ରହିଛି। ନବରଙ୍ଗପୁର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୪୭.୫୮% ରହିଛି। କଳାରେ ଜଣେ ପିଲା ୯୦%ରୁ ଅଧିକ ନମ୍ବର ରଖିଛନ୍ତି।
ଚଳିତ ବର୍ଷ ବାଣିଜ୍ୟରେ ପରୀକ୍ଷା ଦେଇଥିଲେ ମୋଟ ୨୬, ୯୮୪ ଜଣ ପିଲା। ସେଥିରୁ ପାସ୍ କରିଛନ୍ତି ମୋଟ ୨୦, ୨୧୬ ଜଣ। ପାସ୍ ହାର ୭୪.୯୧% ରହିଛି। ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୪, ୦୦୬ ଜଣ ପାସ୍ କରିଛନ୍ତି। ୩୭୩୪ ଜଣ ଦ୍ୱିତୀୟ ଓ ୧୨, ୪୭୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୧୩, ୦୮୯ ଜଣ ଛାତ୍ର ପାସ୍ କରିଥିବା ବେଳେ ୭, ୧୨୭ ଛାତ୍ରୀ ପାସ୍ କରିଛନ୍ତି। ପାସ୍ ହାରରେ ନୟାଗଡ଼ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି। ଏଠାରେ ପାସ୍ ହାର ୯୫.୫୯% ରହିଛି। ଦେବଗଡ଼ ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୪୫.୦୭% ରହିଛି। ମାତ୍ର ୩ ଜଣ ପିଲା ୯୦%ରୁ ଅଧିକ ନମ୍ବର ରଖିଛନ୍ତି।
ଚଳିତ ବର୍ଷ ଧନ୍ଦାମୂଳକ ପରୀକ୍ଷାରେ ୭,୯୬୬ ପିଲା ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୪,୧୯୧ ଜଣ ପାସ୍ କରିଛନ୍ତି। ପାସ୍ ହାର ୫୨.୬୧% ରହିଛି। ୨,୦୮୦ ଜଣ ଛାତ୍ର ପାସ୍ କରିଥିବା ବେଳେ ୨,୧୧୧ ଜଣ ଛାତ୍ରୀ ପାସ୍ କରିଛନ୍ତି। ୨୯୯ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୧,୬୯୨ ଦ୍ୱିତୀୟ ଶ୍ରେଣୀରେ ଓ ୨,୦୫୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ବରଗଡ଼ରେ ପାସ୍ ହାର ସର୍ବାଧିକ ୮୧.୮୯% ଥିବା ବେଳେ ନବରଙ୍ଗପୁରରେ ପାସ୍ ହାର ୩.୯୨% ରହିଛି।
Related story