ପ୍ରକାଶ ପାଇଲା ଯୁକ୍ତ ଦୁଇ କଳାର ରେଜଲ୍ଟ, ପାସ୍‌ ହାର ୬୭.୫୬%

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ। CHSE କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତ ପରୀକ୍ଷାରେ ୬୭.୫୬% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଚଳିତବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପାସ୍‌ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ଜଣ ପରୀକ୍ଷାର୍ଥୀ। ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଲେ ଝିଅ। ପୁଅ ପାସ୍ ହାର […]

result-2

Manoranjan Sial
  • Published: Saturday, 05 September 2020
  • , Updated: 05 September 2020, 04:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ। CHSE କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତ ପରୀକ୍ଷାରେ ୬୭.୫୬% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଚଳିତବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପାସ୍‌ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ଜଣ ପରୀକ୍ଷାର୍ଥୀ। ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଲେ ଝିଅ। ପୁଅ ପାସ୍ ହାର ୫୭.୫୩% ଥିବା ବେଳେ ଝିଅ ପାସ୍ ହାର ୭୫.୪୮% ରହିଛି। ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୨୨ ହଜାର ୧୯୬ ପରୀକ୍ଷାର୍ଥୀ।

ସେହିପରି ୨ୟ ଶ୍ରେଣୀରେ ୨୬୦୨୭, ୩ୟ ଶ୍ରେଣୀରେ ୧୦୦୧୦୧ ପାସ କରିଛନ୍ତି। ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୭୬.୬୩% ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ପାସ ହାର ୪୪.୬୭% ରହିଛି।

ଚଳିତବର୍ଷ କେବଳ ଜଣେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୧୦ଟି କଲେଜରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। କୌଣସି କଲେଜରେ ଜିରୋ ରେଜଲ୍ଟ ହୋଇନି।

ଧନ୍ଦାମୂଳକ ପରୀକ୍ଷାରେ ଚଳିତବର୍ଷ ୭୦୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୪୦୪୬ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୫୭.୫୩% ରହିଛି। ଚଳିତବର୍ଷ ୩୭୩୦ ପୁଅ ପରୀକ୍ଷା ଦେଇଥିବା ବେଳେ ୧୯୪୧ ଜଣ ପାସ କରିଛନ୍ତି। ପାସ୍‌ ହାର ୫୨.୦୩% ରହିଛି। ସେହିପରି ୩୩୦୨ ଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୨୧୦୫ ଜଣ ଛାତ୍ରୀ ପାସ କରିଛନ୍ତି।

ଚଳିତବର୍ଷ ଯୁକ୍ତ ୨ କଳାରେ ୨ ଲକ୍ଷରୁ ଅଧିକ ଓ ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା ରଖାଯାଇଥିଲା । ତେବେ ପରିଷଦର ଦୁଇ କର୍ମଚାରୀଙ୍କୁ କରୋନା ହେବା ପରେ ତାରିଖକୁ ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ଘୁଞ୍ଚାଯାଇଥିଲା।

Related story