୯ରେ ବାହାରିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ତେବେ ୯ ତାରିଖରେ ରେଜଲ୍ଟ ପ୍ରକାଶ ପାଇବା ନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଥିଲେ। ମାତ୍ର ସେହି ଦିନ ଦ୍ୱିତୀୟ ଶନିବାର ତଥା ଛୁଟିଦିନ ପଡୁଥିବାରୁ ଏହାକୁ ୮ ତାରିଖରେ ପ୍ରକାଶ କରିବା ପାଇଁ ବିଭାଗ ଯୋଜନା କରୁଥିବା […]

Kerala-plus-two-results

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 12:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ତେବେ ୯ ତାରିଖରେ ରେଜଲ୍ଟ ପ୍ରକାଶ ପାଇବା ନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଥିଲେ। ମାତ୍ର ସେହି ଦିନ ଦ୍ୱିତୀୟ ଶନିବାର ତଥା ଛୁଟିଦିନ ପଡୁଥିବାରୁ ଏହାକୁ ୮ ତାରିଖରେ ପ୍ରକାଶ କରିବା ପାଇଁ ବିଭାଗ ଯୋଜନା କରୁଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଏହା ଉପରୁ ପରର୍ଦ୍ଦା ହଟିଛି। ଆସନ୍ତା ୯ ତାରିଖରେ ପରୀକ୍ଷାଫଳ ପ୍ରକାଶ କରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି

ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ଶିକ୍ଷକମାନେ ଅସହଯୋଗ କରିଥିଲେ। ଏପରିକି ଖାତା ଦେଖାରେ ମଧ୍ୟ ସହଯୋଗ କରିନଥିଲେ। ଯାହାକୁ ପୂର୍ବରୁ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ତଥାପି ଏଥର ପରୀକ୍ଷା ବେଳେ କପି ରୋକା ଯାଇପାରିଛି ଓ ଶିକ୍ଷକଙ୍କ ଅସହଯୋଗ ସତ୍ତ୍ୱେ ଠିକ୍ ସମୟରେ ସଫଳତାର ସହ ସବୁ କିଛି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି।

Related story