ପୁରୀରୁ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟାର ଦଶ ଦିନ ପରେ ଆଜି ପୁରୀରୁ ସ୍ୱାଭାବିକ ହୋଇଛି ଟ୍ରେନ୍ ଚଳାଚଳ। ନିର୍ଦ୍ଧାରିତ ସମୟରେ ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। କୌଣସି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇନି କି ଗତିପଥ ବଦଳାଯାଇ ନଥିବା ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର। ସେ କହିଛନ୍ତି, ପୁରୀ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି। […]

puri1

puri1

Jitendra Garnayak
  • Published: Monday, 13 May 2019
  • Updated: 13 May 2019, 02:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟାର ଦଶ ଦିନ ପରେ ଆଜି ପୁରୀରୁ ସ୍ୱାଭାବିକ ହୋଇଛି ଟ୍ରେନ୍ ଚଳାଚଳ। ନିର୍ଦ୍ଧାରିତ ସମୟରେ ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। କୌଣସି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇନି କି ଗତିପଥ ବଦଳାଯାଇ ନଥିବା ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର।

ସେ କହିଛନ୍ତି, ପୁରୀ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି। ପୁରୀ ସହରରେ ବିଜୁଳି ନ ଥିଲେ ମଧ୍ୟ କାମ ଜୋରସୋରରେ ଚାଲିଛି। ଖୁବଶୀଘ୍ର ଏହି କାର୍ଯ୍ୟ ଶେଷ ହେବ।

ସୂଚନାଯୋଗ୍ୟ,‘ଫୋନି’ ପୁରୀ ସହର ପାଖାପାଖି ଲ୍ୟାଣ୍ଡଫଲ୍ କରିଥିଲା। ଏଥିରେ ପୁରୀ ସହର ସହିତ ପୂରା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ପୁରୀରେ ସର୍ବାଧିକ କ୍ଷତି ହୋଇଛି। ପୁରୀ ରେଳ ଷ୍ଟେସନ୍‌ର ଦୃଶ୍ୟ ନିଜ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ଏହା ଭାଙ୍ଗି ଚୂରମାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos