ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେଲେ ମୋଦି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ଵ ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି। ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଦେଶର ୧୪ଟି ସ୍ଥାନରୁ ଉଭୟ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଓଡ଼ିଶାରୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ‘ଧରିତ୍ରୀ’ର ସମ୍ପାଦକ ତଥାଗତ ଶତପଥୀ ଓ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଅଂଶଗ୍ରହଣ କରିଥିଲେ। ଏହି […]

pm-modi

pm-modi

Manoranjan Sial
  • Published: Tuesday, 24 March 2020
  • Updated: 24 March 2020, 09:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ଵ ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି। ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଦେଶର ୧୪ଟି ସ୍ଥାନରୁ ଉଭୟ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଓଡ଼ିଶାରୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ‘ଧରିତ୍ରୀ’ର ସମ୍ପାଦକ ତଥାଗତ ଶତପଥୀ ଓ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି-“ଦେଶର କୋଣଅନୁକୋଣରେ ଗୁରୁତ୍ଵପୂର୍ଣ୍ଣ ସୂଚନା ପହଞ୍ଚାଇବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ରହିଛି। ‘କରୋନା’ ସଂକ୍ରମଣ ରୋକିବା ନେଇ ତୃଣମୂଳ ସ୍ତରର ଲୋକଙ୍କ ପାଖରେ ସଠିକ ସୂଚନା ପହଞ୍ଚାଇବା ଓ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି।”

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି-“ଖବର କାଗଜଗୁଡିକ ସୂଚନା ପ୍ରସାରଣର ନିର୍ଭରଯୋଗ୍ୟ ମାଧ୍ୟମ। ଆଞ୍ଚଳିକ ଖବର କାଗଜଗୁଡ଼ିକୁ ତୃଣମୂଳ ସ୍ତରରେ ଅନେକ ଲୋକ ପଢିଥାନ୍ତି। ‘କରୋନା’ ସଂକ୍ରମଣ ରୋକିବା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେପରି- କେଉଁଠାରେ ଭୂତାଣୁ ସଂକ୍ରମିତଙ୍କ ପରୀକ୍ଷା କରାଯିବ, କାହାକୁ ପରୀକ୍ଷା କରାଯିବ, ପରୀକ୍ଷା ପାଇଁ କାହାକୁ ଯୋଗାଯୋଗ କରାଯିବ ଓ ଗୃହ ସଙ୍ଗରୋଧର ନିୟମାବଳୀ ଆଦି ସମ୍ପର୍କରେ ସାଧାରଣ ଲୋକ ଜାଣିବା ଦରକାର। ଏହିସବୁ ସୂଚନା ଖବରକାଗଜରେ ଓ ୱେବ୍‌ ପୋର୍ଟାଲରେ ପ୍ରସାରିତ ହେବା ଆବଶ୍ୟକ। ବନ୍ଦ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ନେଇ ଖବର ଆଞ୍ଚଳିକ ପୃଷ୍ଠାରେ ସ୍ଥାନ ପାଇବା ଉଚିତ।”

ସରକାର ଓ ଜନତାଙ୍କ ମଧ୍ୟରେ ଏକ ଯୋଗାଯୋଗର ମାଧ୍ୟମ ସାଜି ଉଭୟ ଜାତୀୟ ଓ ଆଞ୍ଚଳିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ସରକାରଙ୍କ ସହ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ। ଭୂତାଣୁ ସଂକ୍ରମଣ ରୋକିବା, ସାମାଜିକ ଦୂରତ୍ଵର ଭୂମିକା ଓ ବିଭିନ୍ନ ରାଜ୍ୟମାନେ ଘୋଷଣା କରିଥିବା ବନ୍ଦ ସମ୍ପର୍କିତ ମାର୍ଗଦର୍ଶୀକା ଉପରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ।

ମିଥ୍ୟା ଓ ନକାରାତ୍ମକବାଦୀ ସୂଚନା ପ୍ରସାରଣଠାରୁ ଦୂରେଇ ରହିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ। କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos