ମୋଦିଙ୍କ ଜନ୍ମ ସପ୍ତାହକୁ ‘ସେବା ସପ୍ତାହ’ ଭାବେ ପାଳିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଆସନ୍ତା ୧୭ତାରିଖରେ ହୋଇଥିବାବେଳେ ତାଙ୍କର ଜନ୍ମ ସପ୍ତାହକୁ ‘ସେବା ସପ୍ତାହ’ ଭାବେ ବିଜେପି ପାଳନ କରିବ। ଏଥିପାଇଁ ଦଳ ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୦ତମ ଜନ୍ମଦିନକୁ ପ୍ରତିବର୍ଷ ଭଳି […]

modi

modi

Tapas Behera
  • Published: Saturday, 12 September 2020
  • Updated: 11 January 2021, 11:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଆସନ୍ତା ୧୭ତାରିଖରେ ହୋଇଥିବାବେଳେ ତାଙ୍କର ଜନ୍ମ ସପ୍ତାହକୁ ‘ସେବା ସପ୍ତାହ’ ଭାବେ ବିଜେପି ପାଳନ କରିବ। ଏଥିପାଇଁ ଦଳ ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୦ତମ ଜନ୍ମଦିନକୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସେବା ସପ୍ତାହ ଭାବେ ପାଳନ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ଚଳିତମାସ ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସମଗ୍ର ଦେଶରେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟମାନ ଅନୁଷ୍ଠିତ ହେବ।

ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସେବା ସପ୍ତାହର ପ୍ରଥମ ଦିନ ଆସନ୍ତା ୧୪ ତାରିଖରେ ବିଜେପି କର୍ମକର୍ତ୍ତାମାନେ ରାଜ୍ୟର ପ୍ରତ୍ୟେକ ବୁଥରେ ୭୦ଟି ଲେଖାଏଁ ବୃକ୍ଷରୋପଣ କରିବା ସହ ପରିବେଶର ସୁରକ୍ଷା ପାଇଁ ସଂକଳ୍ପ ନେବେ। ଦ୍ୱତୀୟ ଦିନ ୧୫ ତାରିଖରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ୭୦ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଓ ଉପକରଣ ଏବଂ ୭୦ଜଣ ଗରିବ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ପ୍ରଦାନ କରାଯିବ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ବ୍ୟକ୍ତିତ୍ୱ ସମ୍ବନ୍ଧିତ ୭୦ଟି ଭିନ୍ନ ଭିନ୍ନ ଭିଡିଓ / ଫଟୋଚିତ୍ର ପ୍ରଦର୍ଶନୀ ସୋସିଆଲ ମିଡିଆ ମାଧ୍ୟମରେ ଅନୁଷ୍ଠିତ ହେବା ତୃତୀୟ ଦିନ ୧୬ ତାରିଖରେ ରାଜ୍ୟର ସମସ୍ତ ମଣ୍ଡଳର ୨ଟି ଗରିବ ବସ୍ତି ଓ ଡାକ୍ତରଖାନାରେ ଫଳ ବିତରଣ କରାଯିବ। ଚତୁର୍ଥ ଦିନ ୧୭ ତାରିଖରେ ରାଜ୍ୟର ୭୦ଟି ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ରକ୍ତଦାନ କରାଯିବ। ଏଥି ସହ ସ୍ଥାନୀୟ ଆବଶ୍ୟକତା ଓ ଡାକ୍ତରଖାନା ମାଧ୍ୟମରେ ୭୦ ଜଣଙ୍କୁ ପ୍ଲାଜମା ଦାନ କରାଯିବ।

୧୮ ଓ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ପ୍ରସଙ୍ଗରେ ୱେବିନାର ଓ ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ୨ଟି ସ୍ଥାନରେ ଭର୍ଚୁଆଲ ମିଟିଂର ଆୟୋଜନ କରାଯିବ। ଏହି ମିଟିଂରେ ସମାଜର ପ୍ରମୁଖ ବୁଦ୍ଧିଜୀବୀ ଓ ନାଗରିକମାନେ ଯୋଗଦାନ କରିବେ। ଶେଷ ଦିନ ଅର୍ଥାତ ୨୦ ତାରିଖରେ ପ୍ରତ୍ୟେକ ଜିଲ୍ଲାର ୭୦ଟି ଗ୍ରାମରେ ସ୍ୱଚ୍ଛତା ଅଭିଯାନ କରାଯିବା ସହ ଗୋଟିଏଥର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ (ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ) ବର୍ଜନ ପାଇଁ କର୍ମକର୍ତ୍ତାମାନେ ସଂକଳ୍ପ ନେବୋ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସେବା ସପ୍ତାହ କାର୍ଯ୍ୟକ୍ରମରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତାମାନେ କୋଭିଡ୍‌-୧୯ ନୀତିନିୟମକୁ ମାନି ସାମିଲ ହେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos