‘ହେ ମାଆ! ମାତୃଭୂମି’ ପୁସ୍ତକ ଉନ୍ମୋଚନ କଲେ ମୋଦି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଓଡ଼ିଶାର କାଳିଦାସ’ ଆଖ୍ୟା ପାଇଥିବା ପଣ୍ଡିତ ଡଃ ପ୍ରବୋଧ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ “ହେ ମାଆ! ମାତୃଭୂମି” ଉନ୍ମୋଚିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ପୁସ୍ତକକୁ ଲୋକାର୍ପିତ କରିଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ସମସ୍ତ ସାଂସଦ ଉପସ୍ଥିତ ରହିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି, ଡଃ ମିଶ୍ର ଜଣେ […]

modi

Manoranjan Sial
  • Published: Thursday, 01 August 2019
  • , Updated: 01 August 2019, 10:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଓଡ଼ିଶାର କାଳିଦାସ’ ଆଖ୍ୟା ପାଇଥିବା ପଣ୍ଡିତ ଡଃ ପ୍ରବୋଧ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ “ହେ ମାଆ! ମାତୃଭୂମି” ଉନ୍ମୋଚିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ପୁସ୍ତକକୁ ଲୋକାର୍ପିତ କରିଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ସମସ୍ତ ସାଂସଦ ଉପସ୍ଥିତ ରହିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି, ଡଃ ମିଶ୍ର ଜଣେ ଲବ୍ଧ ପ୍ରତିଷ୍ଠିତ କବି, ସମାଲୋଚକ ଓ ଲେଖକ। ସଂସ୍କୃତ ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଯୋଗଦାନ ଅତୁଳନୀୟ। ଓଡ଼ିଆ ସ୍ୱାଭିମାନ ହିଁ ତାଙ୍କ କାଳଜୟୀ ସୃଷ୍ଟିକୁ ପ୍ରେରିତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Related story