ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାଳଚେର ସାର କାରଖାନାରେ କୋଲ୍ ଗ୍ୟାସିଫିକେସନ୍ ମାଧ୍ୟମରେ ୟୁରିଆ ଉତ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ସବ୍ସିଡି ପଲିସିକୁ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରି ମିଳିଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
https://twitter.com/dpradhanbjp/status/1384471123027365899?s=20
ସୋଶାଲ୍ ମିଡିଆରେ ସେ ଲେଖିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ଘରୋଇ ୟୁରିଆ କ୍ଷେତ୍ରରେ ବୈଶ୍ୱିକ ପ୍ରତିଯୋଗିତାକୁ ଅଧିକ ପ୍ରୋତ୍ସାହନ ଦେବା ସହ ପରିବେଶ ସହଯୋଗୀ ସ୍ୱଦେଶୀ ୟୁରିଆ ଉତ୍ପାଦନକୁ ଗତି ଦେବ। ଏହା ବାର୍ଷିକ ୧୨.୭ ଏଲ୍ଏମ୍ଟି ୟୁରିଆ ଆମଦାନୀକୁ ହ୍ରାସ କରିବ। ଆଜିର ଏହି ନିଷ୍ପତ୍ତି ଚାଷୀ ଭାଇମାନଙ୍କ ପାଇଁ ସାରର ଉପଲବ୍ଧିକୁ ବୃଦ୍ଧି କରିବାରେ ଗେମ-ଚେଞ୍ଜର ସାବ୍ୟସ୍ତ ହେବ। ଏଥିସହ ପୂର୍ବ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଓଡ଼ିଶା ସମେତ ଝାରଖଣ୍ଡ ଓ ବିହାର ଭଳି ରାଜ୍ୟମାନଙ୍କରେ ସାମାଜିକ-ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଧର୍ମେନ୍ଦ୍ର ସୋଶାଲ୍ ମିଡିଆରେ ଲେଖିଛନ୍ତି।
https://twitter.com/dpradhanbjp/status/1384471126848327685?s=20