ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଚିନ୍ତା: ନାଇଜର ଓ ଭୁବନେଶ୍ୱରରେ ହେଲା ମକ୍ ଡ୍ରିଲ୍

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ତେବେ ତାଙ୍କ ଗସ୍ତ ପୂର୍ବରୁ ଶୁକ୍ରବାର ନାଇଜର ଓ ଭୁବନେଶ୍ୱରରେ ମକ୍ ଡ୍ରିଲ୍ କରାଯାଇଥିଲା। ଏଥିରେ ସାମିଲ ଥିଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି ଓ କମିଶନରେଟ୍ ପୋଲିସ। ରବିବାର ସକାଳେ ମୋଦି  ହେଲିକପ୍ଟରରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ନାଇଜର ଯିବାର କାର୍ଯ୍ୟକ୍ରମ ରହିଛି। ନାଇଜରରେ ପହଞ୍ଚିବା ପରେ ୩୦୦ ମିଟର ଦୂର ସଭାମଞ୍ଚକୁ ଯିବେ। ଏଥିପାଇଁ ଆଜି ହୋଇଥିଲା ମକ୍ ଡ୍ରିଲ୍। […]

mac-dreel

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 03:41 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ତେବେ ତାଙ୍କ ଗସ୍ତ ପୂର୍ବରୁ ଶୁକ୍ରବାର ନାଇଜର ଓ ଭୁବନେଶ୍ୱରରେ ମକ୍ ଡ୍ରିଲ୍ କରାଯାଇଥିଲା। ଏଥିରେ ସାମିଲ ଥିଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି ଓ କମିଶନରେଟ୍ ପୋଲିସ। ରବିବାର ସକାଳେ ମୋଦି  ହେଲିକପ୍ଟରରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ନାଇଜର ଯିବାର କାର୍ଯ୍ୟକ୍ରମ ରହିଛି। ନାଇଜରରେ ପହଞ୍ଚିବା ପରେ ୩୦୦ ମିଟର ଦୂର ସଭାମଞ୍ଚକୁ ଯିବେ। ଏଥିପାଇଁ ଆଜି ହୋଇଥିଲା ମକ୍ ଡ୍ରିଲ୍। ଏଥିପାଇଁ ପୂରା ଅଞ୍ଚଳର ସୁରକ୍ଷା ଦାୟିତ୍ୱ  ନିଜ କବଜାକୁ ନେଇଥିଲା ଏସପିଜି।

ସେପଟେ ଭୁବନେଶ୍ୱର ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ବି କରାଯାଇଥିଲା ମକ୍ ଡ୍ରିଲ୍। ଏହି କାରକେଡରେ ୨୫ଟି ଗାଡ଼ି ସାମିଲ ହୋଇଥିଲେ।

ରବିବାର ପ୍ରଧାନମନ୍ତ୍ରୀ ପୁରୀ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିଲାଗି ବାୟୁସେନା ପକ୍ଷରୁ ପୁରୀ ତାଳବଣିଆଠାରେ ଥିବା ହେଲିପ୍ୟାଡକୁ ପ୍ରସ୍ତୁତ କରାଯାଉଛି। ହେଲିପ୍ୟାଡ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ପାରାଦୀପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସହରକୁ ଆସୁଥିବା ଗାଡ଼ିଗୁଡ଼ିକୁ ତନତନ ଯାଞ୍ଚ କରୁଛି ପୋଲିସ। ପ୍ରବେଶ ପଥରେ ଅସ୍ଥାୟୀ କ୍ୟାମ୍ପ କରାଯାଇ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା କରାଯାଉଛି।

Related story