ନାବାଳିକା ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍‌ ଓ ଜରିମାନା

ବାରିପଦା (ମାନିକ ଲାଲ୍‌ ପାଣି): ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍‌ ଓ ଜରିମାନା। ଦଣ୍ଡାଦେଶ ଶୁଣାଇଛନ୍ତି ବାରିପଦା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ୍‌ କୋର୍ଟ ଅବା ସ୍ଵତନ୍ତ୍ର ପୋକ୍ସ କୋର୍ଟ। ଅଭିଯୁକ୍ତ ଦୁଷ୍କର୍ମକାରୀ ହେଲେ ୩୭  ବର୍ଷୀୟା ଗୁରୁଚରଣ ବେହେରା। ୨୦୧୭ ମସିହା ମାର୍ଚ୍ଚ ୩୧ ତାରିଖରେ ବାରିପଦା ଟାଉନ୍‌ ଥାନା ଅଞ୍ଚଳରେ ଏକ ମନ୍ଦିର ପରିସରରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମରେ ଶିକାର ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା। […]

Baripada

  • Published: Thursday, 04 August 2022
  • , Updated: 04 August 2022, 07:48 PM IST

ବାରିପଦା (ମାନିକ ଲାଲ୍‌ ପାଣି): ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍‌ ଓ ଜରିମାନା। ଦଣ୍ଡାଦେଶ ଶୁଣାଇଛନ୍ତି ବାରିପଦା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ୍‌ କୋର୍ଟ ଅବା ସ୍ଵତନ୍ତ୍ର ପୋକ୍ସ କୋର୍ଟ। ଅଭିଯୁକ୍ତ ଦୁଷ୍କର୍ମକାରୀ ହେଲେ ୩୭  ବର୍ଷୀୟା ଗୁରୁଚରଣ ବେହେରା।

୨୦୧୭ ମସିହା ମାର୍ଚ୍ଚ ୩୧ ତାରିଖରେ ବାରିପଦା ଟାଉନ୍‌ ଥାନା ଅଞ୍ଚଳରେ ଏକ ମନ୍ଦିର ପରିସରରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମରେ ଶିକାର ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଗୁରୁଚରଣ ବେହେରାଙ୍କୁ ଗିରଫ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ବାରିପଦା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ କୋର୍ଟ ଅବା ସ୍ଵତନ୍ତ୍ର ପୋକ୍ସ କୋର୍ଟ ଏହି ମାମଲାର ବିଚାର କରି ୨୪ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ରେକର୍ଡପତ୍ର ଆଧାରରେ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ। ଏଥିସହ ପୀଡ଼ିତାକୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related story