ପୋଲାଭରମ୍ ସମସ୍ୟାର ସମାଧାନ ଲାଗି ଓଡ଼ିଶା ସହ ଆଲୋଚନା କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ କହିଛି: ଉମା ଭାରତୀ

ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ପ୍ରକଳ୍ପ ପାଇଁ ଜନଶୁଣାଣିର ଆବଶ୍ୟକତା ରହିଛି। ପ୍ରକଳ୍ପ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ। ଆଦିବାସୀଙ୍କ ସ୍ୱାର୍ଥ ଜଡିତ ଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଓଡ଼ିଶା ସହ ଥିବା ସମସ୍ୟାର ସମାଧାନ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନୁରୋଧ କରିଛି। ଉଭୟ ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏକାଠି ବସି ସମସ୍ୟାର ସମାଧାନ କରିବା ଦରକାର ବୋଲି କହିଛନ୍ତି ଉମା। ଏ […]

uma

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 05:36 PM IST

ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ପ୍ରକଳ୍ପ ପାଇଁ ଜନଶୁଣାଣିର ଆବଶ୍ୟକତା ରହିଛି। ପ୍ରକଳ୍ପ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ। ଆଦିବାସୀଙ୍କ ସ୍ୱାର୍ଥ ଜଡିତ ଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଓଡ଼ିଶା ସହ ଥିବା ସମସ୍ୟାର ସମାଧାନ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନୁରୋଧ କରିଛି। ଉଭୟ ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏକାଠି ବସି ସମସ୍ୟାର ସମାଧାନ କରିବା ଦରକାର ବୋଲି କହିଛନ୍ତି ଉମା। ଏ ନେଇ ନବୀନ ପଟ୍ଟନାୟକଙ୍କ ସହ ସେ କଥା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ରର ଅର୍ଥ ମଞ୍ଜୁର ପରେ ସଂସଦର ଉଭୟ ଗୃହରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ସଦସ୍ୟମାନେ ଲୋକସଭାରେ ଏ ପ୍ରସଙ୍ଗ ଉଠାଇଥିବା ବେଳେ ରାଜ୍ୟସଭାରେ ବିଜେଡି, କଂଗ୍ରେସ ଓ ସ୍ୱାଧୀନ ସଦସ୍ୟ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଥିଲେ। ବିଜେଡି ସାଂସଦମାନେ ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତୀ ତଳେ ଧାରଣା ବି ଦେଇଥିଲେ।

Related story