ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ OTV ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି: କେ ନାରାୟଣ ରାଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): OTV ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ। ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ OTV ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି। ଯଦିଓ ଲୋକ ଜାଣିପାରୁନାହାନ୍ତି; କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ରହିଛି ବୋଲି କେ ନାରାୟଣ ରାଓ କହିଛନ୍ତି। ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ କଠୋର ଶବ୍ଦରେ ନିନ୍ଦା କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି-“ସୁସ୍ଥ ଗଣତନ୍ତ୍ରରେ ଗଣମାଧ୍ୟମର […]

k-narayan-rao

Manoranjan Sial
  • Published: Friday, 16 October 2020
  • , Updated: 16 October 2020, 03:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): OTV ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ। ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ OTV ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି। ଯଦିଓ ଲୋକ ଜାଣିପାରୁନାହାନ୍ତି; କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ରହିଛି ବୋଲି କେ ନାରାୟଣ ରାଓ କହିଛନ୍ତି।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ କଠୋର ଶବ୍ଦରେ ନିନ୍ଦା କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି-“ସୁସ୍ଥ ଗଣତନ୍ତ୍ରରେ ଗଣମାଧ୍ୟମର ଏକ ବଡ଼ ଭୂମିକା ଅଛି। ହେଲେ ଯେଉଁଭଳି ଭାବରେ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତି ଅସହିଷ୍ଣୁ ହୋଇପଡ଼ୁଛନ୍ତି, ତାହା ଆଗରୁ କେବେ ଦେଖାଯାଇନଥିଲା। ସରକାର ଏପରି କାହିଁକି କରୁଛନ୍ତି? କଣ ସରକାର ଭାବୁଛନ୍ତି କି ସରକାର ସମାଲୋଚନାର ଊର୍ଦ୍ଧ୍ୱରେ ବୋଲି?”

ସୂଚନାରୁ ପ୍ରକାଶ, ଏକ ପୁରୁଣା ମାମଲାରେ କମିଶନରେଟ୍‌ ପୁଲିସ ଗତକାଲିଠାରୁ ଓଟିଭି ଅଫିସରେ ଡେରା ପକାଇଛି। ଏପରିକି ବହୁ ପୁଲିସ ଫୋର୍ସ କ୍ୟାମ୍ପସ ବାହାରେ ଟହଲ ମାରୁଛନ୍ତି। ତେକେ ଏତେ ସଂଖ୍ୟକ ପୁଲିସ କର୍ମଚାରୀ କାହିଁକି ଓଟିଭି କ୍ୟାମ୍ପସରେ ଡେରା ପକାଇଛନ୍ତି, ତାହାର ଉତ୍ତର କାହା ପାଖରେ ନାହିଁ।

Related story