ବିଜନ ପାଲ ଗୁଳିକାଣ୍ଡ  ମାମଲା: ସୁଶାନ୍ତ ଧଳ ସାମନ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ

କଟକ(ଓଡ଼ିଶା ରିପୋର୍ଟର): କଟକ ସହର ଉପକଣ୍ଠ ଗୋପାନପୁର ଅଞ୍ଚଳର ବାଲିଖାଦାନ ମାଲିକ ବିଜନ ପାଲଙ୍କ ଘର ଉପରକୁ ଗୁଳିମାଡ଼ ମାମଲାରେ ସୁଶାନ୍ତ ଧଳ ସାମନ୍ତଙ୍କୁ ଅଭିଯୁକ୍ତ ଭାବେ ସାମିଲ କରାଯାଇଛି। ଏହି ମାମଲାରେ ସେ ଅନ୍ୟତମ ଅଭିଯୁକ୍ତ ଦର୍ଶାଇ ଜେଏମ୍ଏଫ୍‌ସି ରୁରାଲ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମିକୁ ଏବଂ ସଦାଙ୍କୁ ଜେରା ସମୟରେ ସୁଶାନ୍ତ ଧଳସାମନ୍ତର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ସୁଶାନ୍ତ ଧଳସାମନ୍ତ ନିର୍ଦ୍ଦେଶରେ ସଦା ଏବଂ […]

sushanta-dhalasamanta

Rakesh Mallick
  • Published: Saturday, 10 March 2018
  • , Updated: 10 March 2018, 01:13 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ସହର ଉପକଣ୍ଠ ଗୋପାନପୁର ଅଞ୍ଚଳର ବାଲିଖାଦାନ ମାଲିକ ବିଜନ ପାଲଙ୍କ ଘର ଉପରକୁ ଗୁଳିମାଡ଼ ମାମଲାରେ ସୁଶାନ୍ତ ଧଳ ସାମନ୍ତଙ୍କୁ ଅଭିଯୁକ୍ତ ଭାବେ ସାମିଲ କରାଯାଇଛି। ଏହି ମାମଲାରେ ସେ ଅନ୍ୟତମ ଅଭିଯୁକ୍ତ ଦର୍ଶାଇ ଜେଏମ୍ଏଫ୍‌ସି ରୁରାଲ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମିକୁ ଏବଂ ସଦାଙ୍କୁ ଜେରା ସମୟରେ ସୁଶାନ୍ତ ଧଳସାମନ୍ତର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା।

ସୁଶାନ୍ତ ଧଳସାମନ୍ତ ନିର୍ଦ୍ଦେଶରେ ସଦା ଏବଂ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ସହଯୋଗରେ ମିକୁ ବିଜନ ପାଲଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ବୋଲି ପୋଲିସ ଦର୍ଶାଇଛି।

ସୁଶାନ୍ତ ଧଳସାମନ୍ତଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ ସଦର ଥାନା ପୋଲିସ ଆବେଦନ କରିଛି। ଆସନ୍ତା ସୋମବାର ଦିନ ରିମାଣ୍ଡ ଆବେଦନର ଶୁଣାଣି ହେବ।

https://www.youtube.com/watch?v=Ynhr4BvT2mE

Related story