ମହିଳା ଟ୍ରାଫିକ୍‌ ଇନ୍ସପେକ୍ଟରଙ୍କୁ ଆକ୍ରମଣ କରି ଗିରଫ ହେଲେ ଦୁଇ ଅଭିଯୁକ୍ତ

ଯାଜପୁର (ଗୋଲାମ୍‌ ଗସ୍‌): କାର୍ଯ୍ୟରତ ମହିଳା ଟ୍ରାଫିକ୍‌ ଇନ୍ସପେକ୍ଟରଙ୍କୁ ଢ଼େଲା ମାଡ଼ କରିବା ମହଙ୍ଗା ପଡ଼ିଛି। ଇନ୍ସପେକ୍ଟରଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳର ସେକ ରିଜୁଆନ ଅଲ୍ଲୀ ଓ ସେକ୍‌ ସରିଫୁଲ୍‌ ହକ। ମଙ୍ଗଳବାର ରାତି ପ୍ରାୟ ୯ଟା ହେବ। ଟ୍ରାଫିକ୍‌ ଇନ୍ସପେକ୍ଟର ବିଜୟିନୀ ମଲ୍ଲ ଚଣ୍ଡିଖୋଲ ଛକ ନିକଟସ୍ଥ ମାଂସମରା ଛକରେ ଗାଡ଼ିଚେକିଂ କରୁଥିଲେ। […]

badachana-police-arrest-2-person

Manoranjan Sial
  • Published: Thursday, 10 October 2019
  • , Updated: 10 October 2019, 05:31 PM IST

ଯାଜପୁର (ଗୋଲାମ୍‌ ଗସ୍‌): କାର୍ଯ୍ୟରତ ମହିଳା ଟ୍ରାଫିକ୍‌ ଇନ୍ସପେକ୍ଟରଙ୍କୁ ଢ଼େଲା ମାଡ଼ କରିବା ମହଙ୍ଗା ପଡ଼ିଛି। ଇନ୍ସପେକ୍ଟରଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳର ସେକ ରିଜୁଆନ ଅଲ୍ଲୀ ଓ ସେକ୍‌ ସରିଫୁଲ୍‌ ହକ।

ମଙ୍ଗଳବାର ରାତି ପ୍ରାୟ ୯ଟା ହେବ। ଟ୍ରାଫିକ୍‌ ଇନ୍ସପେକ୍ଟର ବିଜୟିନୀ ମଲ୍ଲ ଚଣ୍ଡିଖୋଲ ଛକ ନିକଟସ୍ଥ ମାଂସମରା ଛକରେ ଗାଡ଼ିଚେକିଂ କରୁଥିଲେ। ଏହି ସମୟରେ ତାଙ୍କ ଉପରେ ଢେଲାମାଡ଼ ହୋଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଢ଼େଲା ବାଜିଥିଲା। ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ଏନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ରିଜୁଆନ ଅଲ୍ଲୀ ଓ ସେକ୍‌ ସରିଫୁଲ୍‌ ହକକୁ ଧରିବାରେ ସଫଳ ହୋଇଛି। ସେମାନଙ୍କୁ ନେଉଳପୁର ଗାଁରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Related story