ରାତିରେ ପଡ଼ିଲା ହାତଗଣ୍ଠି, ସକାଳେ ମାମୁଘରେ ଦୁଇ ବର

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାଣ ରୋଷଣୀରେ ଘୋଡ଼ା ପିଠିରେ ବସି ବାହା ହେବାକୁ ଗଲେ ବର। ରାତିରେ ଜାକଜକମର ହେଲା ବାହାଘର। ଆଜି ସକାଳେ ବର ଓ ବୋହୂ ଘରକୁ ଫେରିବା କଥା। ହେଲେ ଥାନାକୁ ଗଲା ବର। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ କରିଥିବାରୁ ଗଞ୍ଜାମ ପୁଲିସ ଦୁଇ ବର ଓ ତାଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂରା ଘଟଣାଟି ଏମିତି। ହିଞ୍ଜିଳିକାଟୁ ଦୁର୍ଗନ୍ଧ ପଞ୍ଚାୟତର ଗୋଦାରାପାଲି ଗାଁର କେ. ରାମମୂର୍ତିଙ୍କ ଦୁଇ ପୁଅ କେ.ସୁଶାନ୍ତ […]

Ganjam

Manoranjan Sial
  • Published: Saturday, 22 May 2021
  • , Updated: 22 May 2021, 04:30 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାଣ ରୋଷଣୀରେ ଘୋଡ଼ା ପିଠିରେ ବସି ବାହା ହେବାକୁ ଗଲେ ବର। ରାତିରେ ଜାକଜକମର ହେଲା ବାହାଘର। ଆଜି ସକାଳେ ବର ଓ ବୋହୂ ଘରକୁ ଫେରିବା କଥା। ହେଲେ ଥାନାକୁ ଗଲା ବର। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ କରିଥିବାରୁ ଗଞ୍ଜାମ ପୁଲିସ ଦୁଇ ବର ଓ ତାଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୂରା ଘଟଣାଟି ଏମିତି। ହିଞ୍ଜିଳିକାଟୁ ଦୁର୍ଗନ୍ଧ ପଞ୍ଚାୟତର ଗୋଦାରାପାଲି ଗାଁର କେ. ରାମମୂର୍ତିଙ୍କ ଦୁଇ ପୁଅ କେ.ସୁଶାନ୍ତ ଓ କେ. ବସନ୍ତଙ୍କର ଶୁକ୍ରବାର ବାହାଘର ଥିଲା। ବୈଦିକ ରୀତିନୀତିରେ ବାହାଘର ହେଲା। ବାହାଘର ପରେ ରାତିରେ ଦୁଇ ଭାଇ ଘୋଡ଼ାରେ ବସି ଗାଁ ପରିକ୍ରମା କରୁଥିଲେ। ଆଗରେ ଯାଉଥିଲା ରୋଷଣୀ ଓ ଡିଜେ ଗାଡ଼ି। ପଛରେ ଦୁଇଟି ଘୋଡ଼ାରେ ବସି ଦୁଇ ଭାଇ ବୁଲୁଥିଲେ। ସେହି ଶୋଭାଯାତ୍ରାରେ ଛୋଟ ପିଲା ଓ ମହିଳା ସାମିଲ୍‌ ଥିଲେ। କାହାରି ମୁହଁରେ ମାସ୍କ ନଥିବା ଅଭିଯୋଗ ହୋଇଛି। ବିବାହ ଉତ୍ସବରେ ୩୦ରୁ ଅଧିକ ଲୋକ ସାମିଲ ଥିବା ଅଭିଯୋଗ ହେଉଛି।

ଖବର ପାଇ ପୁଲିସ ଗାଁରେ ଚଢ଼ଉ କରି ବାପା କେ. ରାମମୂର୍ତି ଓ ତାଙ୍କର ପୁଅ କେ.ସୁଶାନ୍ତ ଏବଂ କେ. ବସନ୍ତଙ୍କୁ ଅଟକ ରଖିଛି।

ସେହିଭଳି ହିଂଜିଲି ବ୍ଲକର ବଡ଼ଖଣ୍ଡି ଗାଁରେ ଚାଲିଥିବା ଏକ ଭୋଜିରେ ପୁଲିସ ଚଢ଼ଉ କରିଛି। ଶତାଧିକ ଲୋକଙ୍କ ପାଇଁ ଆୟୋଜନ ହୋଇଥିବା ଭୋଜିକୁ ଜବତ କରିବା ସହ ସେ ଗୁଡିକୁ ହିଂଜିଲି ଏନ୍‌ଏସିର ଗରିବ ଲୋକଙ୍କୁ ବାଣ୍ଟି ଦିଆଯାଇଛି।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି। ପ୍ରତିଦିନ ଶହଶହ ଲୋକ ମହାମାରୀ ଜାଲରେ ପଡ଼ୁଛନ୍ତି। ଯାହାକୁ ନେଇ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରୁଛନ୍ତି। ହେଲେ ରାଜ୍ୟ ସରକାରଙ୍କ ଏହି ଗାଇଡ୍‌ଲାଇନ୍‌କୁ ଖୋଲା ଉଲ୍ଲଙ୍ଘନ କରୁଛନ୍ତି କିଛି ଅମାନିଆ। ବିନା ମାସ୍କରେ ଘୋଡ଼ା ପିଠିରେ ବସି ବାଣ ରୋଷଣୀରେ ବାହା ହେବାକୁ ଯାଉଛନ୍ତି। ଯାହାଫଳରେ କରୋନା ବ୍ୟାପିବା ଆଶଙ୍କା ରହିଛି। ଏପରି ବ୍ୟକ୍ତିଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Related story