ପିଲା ଚୋରି ଅଭିଯୋଗରେ ୭ ଗିରଫ

ରାଉରକେଲା(ପବନ ତିୱାରୀ): ରାଉରକେଲାରେ ଛୁଆ ବିକ୍ରି ରାକେଟର ଫର୍ଦ୍ଦାପାସ ହୋଇଛି। ଏହି ମାମଲାରେ ପ୍ଲାଣ୍ଟ ସାଇଟ୍‌ ଥାନା ପୁଲିସ ୫ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ମୋବାଇଲ ଜବତ ହୋଇଛି। ମୋବାଇଲରେ ଛୁଆ ବିକ୍ରି ରାକେଟର ତଥ୍ୟ ରହିଥିବା ପୁଲିସ କହିଛିି। ଗଲା କିଛି ମାସ ଏଠାରେ କିଛି ଧନୀ ଶ୍ରେଣୀର ମହିଳା  ଏହି ରାକେଟ୍ ଚଳାଇ ଆସୁଥିଲେ। ଏମାନେ ରାଉରକେଲା ସହରରୁ ଗରିବ ଶିଶୁଙ୍କୁ […]

Rourkela

Manoranjan Sial
  • Published: Monday, 26 July 2021
  • , Updated: 26 July 2021, 11:03 PM IST

ରାଉରକେଲା(ପବନ ତିୱାରୀ): ରାଉରକେଲାରେ ଛୁଆ ବିକ୍ରି ରାକେଟର ଫର୍ଦ୍ଦାପାସ ହୋଇଛି। ଏହି ମାମଲାରେ ପ୍ଲାଣ୍ଟ ସାଇଟ୍‌ ଥାନା ପୁଲିସ ୫ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ମୋବାଇଲ ଜବତ ହୋଇଛି। ମୋବାଇଲରେ ଛୁଆ ବିକ୍ରି ରାକେଟର ତଥ୍ୟ ରହିଥିବା ପୁଲିସ କହିଛିି।

ଗଲା କିଛି ମାସ ଏଠାରେ କିଛି ଧନୀ ଶ୍ରେଣୀର ମହିଳା  ଏହି ରାକେଟ୍ ଚଳାଇ ଆସୁଥିଲେ। ଏମାନେ ରାଉରକେଲା ସହରରୁ ଗରିବ ଶିଶୁଙ୍କୁ ଲକ୍ଷାଧିକ ଟଙ୍କାରେ ଝାରଖଣ୍ଡ ଓ ଛତିଶଗଡରେ ବିକ୍ରି କରିଆସୁଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ରାକେଟରେ ଆଉ କିଛି ମହିଳାଙ୍କ ହାତ ଥିବା ପୁଲିସ କହିଛି। ତେବେ ତଦନ୍ତରେ ସମସ୍ୟା ହେବା ଆଶଙ୍କାରେ ପୁଲିସ ସେମାନଙ୍କ ନାଁ ପ୍ରକାଶ କରିନାହିଁ। ସେପଟେ ରାଉରକେଲା ସହରରେ ଏପରି ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି।

Related story