ସାନଭାଇ ହତ୍ୟା ଅଭିଯୋଗରେ ବଡ଼ ଗିରଫ, ରକ୍ତଭିଜା ଖଣ୍ଡା ଜବତ

ଆସିକା(ମନୋଜ ମୁନୀ): ପାରିବାରିକ ଗଣ୍ଡଗୋଳରୁ ସାନଭାଇକୁ ଖଣ୍ଡାରେ ହତ୍ୟା କରିଥିଲା ବଡ଼ଭାଇ! ଏହି ଅଭିଯୋଗରେ ଆଜି ଆସିକା ପୁଲିସ ବଡ଼ଭାଇକୁ ବାନ୍ଧିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଭିଜା ଖଣ୍ଡାକୁ ଜବତ କରିଛି ପୁଲିସ। ଗତ ଶୁକ୍ରବାର ଦିନ ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ପାରିବାରିକ କଳହକୁ ଘଟିଥିଲା ହତ୍ୟା କାଣ୍ଡ। ଉକ୍ତ ଗାଁର ରାମଚନ୍ଦ୍ର ପ୍ରଧାନଙ୍କ ବଡ଼ପୁଅ ହରିବନ୍ଧୁ ପ୍ରଧାନ ବିବାହ ପାଇଁ ଅମଙ୍ଗ ହେବାରୁ ଦ୍ୱିତୀୟ ପୁଅ ସଂଜୟକୁ ବାହା କରାଇଥିଲେ। ଏହି […]

Asika

Manoranjan Sial
  • Published: Monday, 21 June 2021
  • , Updated: 21 June 2021, 03:54 PM IST

ଆସିକା(ମନୋଜ ମୁନୀ): ପାରିବାରିକ ଗଣ୍ଡଗୋଳରୁ ସାନଭାଇକୁ ଖଣ୍ଡାରେ ହତ୍ୟା କରିଥିଲା ବଡ଼ଭାଇ! ଏହି ଅଭିଯୋଗରେ ଆଜି ଆସିକା ପୁଲିସ ବଡ଼ଭାଇକୁ ବାନ୍ଧିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଭିଜା ଖଣ୍ଡାକୁ ଜବତ କରିଛି ପୁଲିସ।

ଗତ ଶୁକ୍ରବାର ଦିନ ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ପାରିବାରିକ କଳହକୁ ଘଟିଥିଲା ହତ୍ୟା କାଣ୍ଡ। ଉକ୍ତ ଗାଁର ରାମଚନ୍ଦ୍ର ପ୍ରଧାନଙ୍କ ବଡ଼ପୁଅ ହରିବନ୍ଧୁ ପ୍ରଧାନ ବିବାହ ପାଇଁ ଅମଙ୍ଗ ହେବାରୁ ଦ୍ୱିତୀୟ ପୁଅ ସଂଜୟକୁ ବାହା କରାଇଥିଲେ। ଏହି ଘଟଣାକୁ ନେଇ ଘରେ ଅଶାନ୍ତି ଲାଗି ରହିଥିଲା। ଯେଉଁଥିପାଇଁ ୨୦ ଦିନ ତଳେ ବିବାହ କରିଥିବା ସଞ୍ଜୟ ଘର ଛାଡ଼ି କବିସୂର୍ଯ୍ୟନଗରରେ ରହୁଥିଲେ।

ଗତ ଶୁକ୍ରବାର ଦିନ ସଞ୍ଜୟ ଗାଁକୁ ଆସିଥିଲେ। ସେ ତାଙ୍କ ଦାଦା ପିତାମ୍ବର ପ୍ରଧାନଙ୍କ ଘରେ ବସି ଚାହା ପିଉଥିଲେ। ଏହି ସମୟରେ ଏକ ଖଣ୍ଡା ଧରି ସେଠାରେ ପହଞ୍ଚିଥିଲେ ତାଙ୍କ ବଡ଼ଭାଇ ହରିବନ୍ଧୁ। କିଛି ବୁଝିବା ଆଗରୁ ସଞ୍ଜୟଙ୍କୁ ହରିବନ୍ଧୁ ଚୋଟ ପରେ ଚୋଟ ପକାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସାନ ଭାଇକୁ ହତ୍ୟା କରିବା ପରେ ବଡ଼ ଭାଇ ହରିବନ୍ଧୁ ସେଠାରୁ ଚମ୍ପଟ ମାରିଥିଲା।

ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସ୍‌ ବିଶେଷ ସୂତ୍ରରୁ ଖବର ପାଇ ହରିବନ୍ଧୁକୁ ବଡଗଡ଼ ଥାନା ଅନ୍ତର୍ଗତ ମାଣିକପୁରଠାରୁ ଗିରଫ କରିଛି। ପରେ ହତ୍ୟା କାଣ୍ଡରେ ବ୍ୟବହୃତ ରକ୍ତ ଭିଜା ଖଣ୍ଡାକୁ ପୁଲିସ ଜବତ କରିଛି ବୋଲି ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ କହିଛନ୍ତି।

Related story