ପୂଜା ଦେଖିବା ପାଇଁ ମାଆ ସହ ଯାଇଥିଲା କୁନିପୁଅ, ଜୋରରୁ ମିଳିଲା ମୃତଦେହ

ଜଗତସିଂହପୁର (ଶଶାଙ୍କ ପଣ୍ଡା): କାର୍ତ୍ତିକେଶ୍ୱରଙ୍କ ପୂଜା ଦେଖିବା ପାଇଁ ମାଆ ସହିତ ମାମୁ ଘର ଯାଇଥିଲା ଦୁଇ ବର୍ଷର କୁନି ପୁଅ। ହେଲେ ଦୁଇ ଦିନ ପରେ ଜୋରରୁ ମିଳିଥିଲା ମୃତଦେହ। ଆଜି ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟା ଅଭିଯୋଗରେ ମାଆ ଓ ନାବାଳକ ପୁଅକୁ ପୁଲିସ ଗିରଫ କରିଛି। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ଦୁଇ ବର୍ଷର ପୁଅ ସୌମ୍ୟ ତାଙ୍କ ମାଆ ସୋନୁଲତାଙ୍କ ସହିତ ଶଙ୍କରପୁର ସ୍ଥିତ […]

Jagatsinghpur

Manoranjan Sial
  • Published: Friday, 12 November 2021
  • , Updated: 12 November 2021, 09:51 PM IST

ଜଗତସିଂହପୁର (ଶଶାଙ୍କ ପଣ୍ଡା): କାର୍ତ୍ତିକେଶ୍ୱରଙ୍କ ପୂଜା ଦେଖିବା ପାଇଁ ମାଆ ସହିତ ମାମୁ ଘର ଯାଇଥିଲା ଦୁଇ ବର୍ଷର କୁନି ପୁଅ। ହେଲେ ଦୁଇ ଦିନ ପରେ ଜୋରରୁ ମିଳିଥିଲା ମୃତଦେହ। ଆଜି ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟା ଅଭିଯୋଗରେ ମାଆ ଓ ନାବାଳକ ପୁଅକୁ ପୁଲିସ ଗିରଫ କରିଛି।

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ଦୁଇ ବର୍ଷର ପୁଅ ସୌମ୍ୟ ତାଙ୍କ ମାଆ ସୋନୁଲତାଙ୍କ ସହିତ ଶଙ୍କରପୁର ସ୍ଥିତ ମାମୁ ଘରକୁ ବୁଲିବା ପାଇଁ ଯାଇଥିଲେ। ଗତ ୮ ତାରିଖ ମଧ୍ୟାହ୍ନରେ ସୌମ୍ୟ ମାମୁ ଘର ପାଖରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ମାତ୍ର ସୌମ୍ୟର ପତ୍ତା ପାଇନଥିଲେ ପରିବାର ଲୋକେ।

ଶେଷରେ ପରିବାର ଲୋକେ ଏନେଇ ବିରିଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲା। ହେଲେ ନିଖୋଜ ସୌମ୍ୟର ପତ୍ତା ପାଇନଥିଲା। ତେବେ ଗତ ୧୦ ତାରିଖ ସକାଳେ ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ଜୋରରୁ ସୌମ୍ୟର ମୃତଦେହ ଉଦ୍ଧାର କରିଥିଲା ପୁଲିସ୍‌। ଏହା ଏକ ହତ୍ୟାକାଣ୍ଡ ବୋଲି ସୌମ୍ୟର ମାଆ ଓ ମାମୁ ଘର ଲୋକେ ଅଭିଯୋଗ କରିଥିଲେ।

ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ଏହି ମାମଲାରେ ସୌଦାମିନୀ ବେହେରା ଓ ତାଙ୍କର ୧୬ ବର୍ଷୀୟ ନାବାଳକ ପୁଅକୁ ଗିରଫ କରିଥିଲା। ଏନେଇ ବିରିଡି ଥାନା ଆଇଆଇସି ନିରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି।

ପୁଲିସର କହିବା ଅନୁସାରେ ସୌଦାମିନୀ ବେହେରାଙ୍କ ପୁଅ କାର୍ତ୍ତିକେଶ୍ୱର ପୂଜା ପାଇଁ ବାଉଁଶ ନେଇ ଯାଉଥିଲେ। ସେହି ସମୟରେ ବାଉଁଶଟି ସୌମ୍ୟ ଦେହରେ ବାଜିଥିଲା। ଫଳରେ ସେ ଚେତା ହରାଇ ତଳେ ପଡ଼ି ଯାଇଥିଲା। ସୌମ୍ୟ ମରିଯାଇଥିବା ଭାବି ସୌଦାମିନିଙ୍କ ପରାମର୍ଶରେ ତାଙ୍କ ପୁଅ ଜୋରକୁ ଫିଙ୍ଗି ଦେଇଥିଲେ। ସୌଦାମିନି ଓ ତାଙ୍କ ପୁଅ ଏକଥା ସ୍ୱୀକାର କରିଥିବା ପୁଲିସ କହିଛି।

Related story