ପ୍ରେମିକାର ହାତ, ଗୋଡ଼ ବାନ୍ଧି ଦୁଷ୍କର୍ମ କଲା ପ୍ରେମିକ!

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ଏପରିକି ବାହାଘର ପାଇଁ ତିଥିବାର ମଧ୍ୟ ସ୍ଥିର ହୋଇଥିଲା। ହେଲେ କଣ ହେଲା କେଜାଣି ଭାଙ୍ଗିଗଲା ବାହାଘର ପ୍ରସ୍ତାବ। ଆଉ ତା’ପରେ ରାକ୍ଷସ ପାଲଟିଗଲା ପ୍ରେମିକ। ଜୀବନଠାରୁ ଅଧିକ ଭଲ ପାଉଥିବା ପ୍ରେମିକାଙ୍କ ହାତ ଗୋଡ଼ ବାନ୍ଧି କଲା ଦୁଷ୍କର୍ମ। ଏପରି ଘଟଣା ଘଟିଛି ଷ୍ଟିଲ୍‌ ସିଟି ରାଉରକେଲାରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ […]

rape-victim

Manoranjan Sial
  • Published: Saturday, 22 February 2020
  • , Updated: 22 February 2020, 06:42 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ଏପରିକି ବାହାଘର ପାଇଁ ତିଥିବାର ମଧ୍ୟ ସ୍ଥିର ହୋଇଥିଲା। ହେଲେ କଣ ହେଲା କେଜାଣି ଭାଙ୍ଗିଗଲା ବାହାଘର ପ୍ରସ୍ତାବ। ଆଉ ତା’ପରେ ରାକ୍ଷସ ପାଲଟିଗଲା ପ୍ରେମିକ। ଜୀବନଠାରୁ ଅଧିକ ଭଲ ପାଉଥିବା ପ୍ରେମିକାଙ୍କ ହାତ ଗୋଡ଼ ବାନ୍ଧି କଲା ଦୁଷ୍କର୍ମ। ଏପରି ଘଟଣା ଘଟିଛି ଷ୍ଟିଲ୍‌ ସିଟି ରାଉରକେଲାରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୂରା ଘଟଣା ଏମିତି। ଜରେଇକେଲା ଅଞ୍ଚଳର ରାଜୀବ ମହାପାତ୍ର। ସେ ଜଣେ ଯୁବତୀ ରାନୀ (ଛଦ୍ମନା)ଙ୍କୁ ଭଲ ପାଉଥିଲେ। ଏପରିକି ରାନୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ। କିଛି ଦିନ ପ୍ରେମ ସମ୍ପର୍କ ପରେ ଉଭୟ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ପ୍ରଥମେ ପରିବାର ଲୋକେ ରାଜି ହୋଇନଥିଲେ। ବୁଝାସୁଝା ପରେ ଉଭୟଙ୍କ ପରିବାର ରାଜି ହୋଇଥିଲେ। କଥାବାର୍ତ୍ତା ଆଗେଇଲା। ମଇ ୭ ତାରିଖରେ ବାହାଘର କରିବାକୁ ସ୍ଥିର ହୋଇଥିଲା। ଏଥିପାଇଁ ଯୌତୁକ ବାବଦକୁ ୪ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ମଧ୍ୟ ହୋଇଥିଲା। ଏପରିକି ରାନୀଙ୍କ ପରିବାର ଲୋକ ଯୌତୁକ ବାବଦକୁ ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ।

ତେବେ ଦିନେ ହଠାତ୍‌ ରାନୀଙ୍କ ଘରକୁ ଏକ ଫୋନ୍‌ ଆସିଲା। ବିବାହ ଭାଙ୍ଗିଦେବାକୁ ରାଜୀବଙ୍କ ପରିବାର ଲୋକେ କହିଥିଲେ। ସେହି ହିସାବରେ ଯୌତୁକ ଟଙ୍କା ଫେରାଇବାକୁ କୁହାଯାଇଥିଲା। ଯେଉଁଥିପାଇଁ ରାନୀ ଭାଙ୍ଗି ପଡ଼ିଥିଲେ। ତେବେ ୨୦୧୯ ମସିହା ଏପ୍ରିଲ୍‌ ୨୬ ତାରିଖରେ ରାନୀ ଏକା ଘରେ ଥିଲେ। ତାଙ୍କ ମାଆ କୌଣସି କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ରାଜୀବ ଓ ତାଙ୍କ ସାଙ୍ଗ ଆସି ରାନୀଙ୍କ ଘର କବାଟ ବାଡ଼େଇ ଥିଲେ। ଆମା ଆସିଛି ବୋଲି ଭାବି ରାନୀ କବାଟ ଖୋଲିଥିଲେ। ଆଉ ତା’ପରେ ରାଜୀବ ଓ ତାଙ୍କ ସାଙ୍ଗ ଘରେ ପଶିଲେ। ପରେ ରାଜୀବ ଓଢ଼ଣୀରେ ରାନୀଙ୍କ ହାତ ଓ ଗୋଡ଼ ବାନ୍ଧି ଦେଇଥିବା ଅଭିଯୋଗ ହୋଇଥିଲା। ତା’ପରେ ରାଜୀବ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ରାଜୀବଙ୍କ ସାଙ୍ଗ ମୋବାଇଲ୍‌ରେ ରେକଡିଂ କରିଥିଲେ। ଏନେଇ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଲୋକଲଜ୍ଜା ଓ ଜୀବନ ପ୍ରତି ବିପଦ ଥିବା ଭୟରେ ରାନୀ କାହାକୁ କିଛି କହିନଥିଲେ।

ପରେ ରାଜୀବ ଓ ତାଙ୍କ ସାଙ୍ଗ ସେହି ଭିଡିଓ ଦେଖାଇ ଧମକ ଚମକ ଦେଉଥିଲେ। ଏପରିକି ରେକଡିଂ ହୋଇଥିବା ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରାଇଦେବାକୁ ଧମକ ଦେଇଥିଲେ। ଯାହାକୁ ନେଇ ରାନୀ ଚିନ୍ତାରେ ପଡ଼ିଯାଇଥିଲେ। ତେବେ ଯେତେବେଳେ ନିର୍ଯାତନା ଅସମ୍ଭାଳ ହେଲା, ରାନୀ ବାଧ୍ୟ ହୋଇ ମାଆଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଗତକାଲି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ରାନୀ ଓ ଅଭିଯୁକ୍ତକୁ ଡାକ୍ତରୀ ମାଇନା କରିଛି। ଆଜି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story