ବ୍ରାଉନ୍‌ସୁଗର ମାଫିଆକୁ ଧରିଲେ, ଢେଲା ପଥର ମାଡ଼ ଖାଇଲେ

ଜଳେଶ୍ୱର (ଅଜିତ ଦାସ): ବ୍ରାଉନ୍‌ସୁଗର ମାଫିଆକୁ ଧରିବାକୁ ଯାଇ ଢ଼େଲା ପଥର ମାଡ଼ ଖାଇଲେ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି। ନାକେଦମ୍‌ ହେବା ସତ୍ତ୍ୱେ ପୁଲିସ ଓ ଅବକାରୀ ବିଭାଗ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରେ ବ୍ରାଉନ୍‌ସୁଗର କାରବାର ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ, ବସ୍ତା, ଜଳେଶ୍ୱରର ପୁଲିସ ଓ […]

Jaleswar

Manoranjan Sial
  • Published: Friday, 22 October 2021
  • , Updated: 22 October 2021, 09:05 PM IST

ଜଳେଶ୍ୱର (ଅଜିତ ଦାସ): ବ୍ରାଉନ୍‌ସୁଗର ମାଫିଆକୁ ଧରିବାକୁ ଯାଇ ଢ଼େଲା ପଥର ମାଡ଼ ଖାଇଲେ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି। ନାକେଦମ୍‌ ହେବା ସତ୍ତ୍ୱେ ପୁଲିସ ଓ ଅବକାରୀ ବିଭାଗ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରେ ବ୍ରାଉନ୍‌ସୁଗର କାରବାର ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ, ବସ୍ତା, ଜଳେଶ୍ୱରର ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଉକ୍ତ ଗାଁରେ ଚଢ଼ଉ କରି ଦୁଇ କେଜି ଓଜନର ବ୍ରାଉନ୍‌ସୁଗର ଜବତ କରିଥିଲା। ଏହି ମାମଲାରେ ପୁଲିସ ତିନି ଜଣକୁ ଗିରଫ କରିଛି।

ଜବତ ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ- ଏସ୍‌.କେ କାଦିର, ନୁରଜାହାନ୍‌ ବିବି ଓ ଅନ୍ୟ ଜଣେ। ତେବେ ଚତୁର୍ଥ ଅଭିଯୁକ୍ତ ଚମ୍ପଟ ମାରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଆଣିବା ବେଳେ ଆରମ୍ଭ ହେଲା ଖେଳ। ଅଭିଯୁକ୍ତଙ୍କ ପରିବାର ଲୋକ ଅବକାରୀ ବିଭାଗ ଓ ପୁଲିସର ଗାଡ଼ି ଆଗରେ ହାତକୁ ହାତ ଧରି ଛିଡ଼ା ହୋଇଯାଇଥିଲେ। ଯିବାକୁ ଛାଡ଼ି ନଥିଲେ। ଯାହାଫଳରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ପାଟିତୁଣ୍ଡ ହୋଇଥିଲା।

ଶେଷରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରି ଆଣିବାରେ ସଫଳ ହୋଇଛି। ତେବେ ଅଭିଯୁକ୍ତଙ୍କ ପରିବାର ଲୋକେ ପୁଲିସ ଓ ଅବକାରୀ ବିଭାଗର ଗାଡ଼ି ଉପରକୁ ଢ଼େଲା ଓ ପଥର ମାଡ଼ କରିଥିଲେ। ଫଳରେ ପୁଲିସ ଗାଡ଼ିର କାଚ ଭାଙ୍ଗିଛି। ଏପରିକି କିଛି କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।

ଗତ ତିନି ମାସ ମଧ୍ୟରେ ବାଲେଶ୍ଵର ଜିଲ୍ଲାରୁ ମୋଟ୍‌ ୧୦ କେଜି ୫୦୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏହି ମାମଲାରେ ୭୨ ଜଣ ଗିରଫ ହୋଇଛନ୍ତି। ଏଥିସହ ଅନେକ ମୋବାଇଲ୍‌ ଫୋନ୍‌ ଓ ବାଇକ ମଧ୍ୟ ଜବତ କରିଛି ଅବକାରୀ ବିଭାଗ ଏବଂ ପୁଲିସ। ବ୍ରାଉନ୍‌ସୁଗର ମାଫିଆଙ୍କୁ ଧରିବାକୁ ଏବେବି ଅନେକ ସ୍ଥାନରେ ଚଢ଼ଉ ଜାରି ରହିଛି।

Related story