ମଶାଣିରେ କରୁଥିଲେ ଲୁଟ୍‌ ଯୋଜନା, ମାଡ଼ି ବସିଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନରେ ଚେନ୍ ଛିଣ୍ଡାଇବା ସହ ଏନ୍ଏଚ୍‌ରେ ଲୁଟପାଟ କରୁଥିଲେ। ରାତି ହେଲେ ଘରେ ପଶି ଡକାୟତି କରୁଥିଲେ। କେତେବେଳେ କାହାକୁ ଟାର୍ଗେଟ କରାଯିବ, କିପରି ହେବ ଲୁଟପାଟ ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ମଶାଣିକୁ ବାଛିଥିଲେ। ହେଲେ ଖବର ପାଇ ପୁଲିସ୍‌ ମଶାଣିରେ ଚଢ଼ାଉ କରି ୪ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇ ଯାଇଛନ୍ତି। ଏପରି ଘଟଣା ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଆଇଗିଣିଆ ଅଞ୍ଚଳରେ ଘଟିଛି। ଆଇଗିଣିଆ […]

attack

  • Published: Thursday, 17 November 2022
  • , Updated: 17 November 2022, 09:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନରେ ଚେନ୍ ଛିଣ୍ଡାଇବା ସହ ଏନ୍ଏଚ୍‌ରେ ଲୁଟପାଟ କରୁଥିଲେ। ରାତି ହେଲେ ଘରେ ପଶି ଡକାୟତି କରୁଥିଲେ। କେତେବେଳେ କାହାକୁ ଟାର୍ଗେଟ କରାଯିବ, କିପରି ହେବ ଲୁଟପାଟ ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ମଶାଣିକୁ ବାଛିଥିଲେ। ହେଲେ ଖବର ପାଇ ପୁଲିସ୍‌ ମଶାଣିରେ ଚଢ଼ାଉ କରି ୪ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇ ଯାଇଛନ୍ତି। ଏପରି ଘଟଣା ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଆଇଗିଣିଆ ଅଞ୍ଚଳରେ ଘଟିଛି।

ଆଇଗିଣିଆ ଅଞ୍ଚଳର ଏକ ମଶାଣିରେ ଗତକାଲି ବସି ଡକାୟତି ଯୋଜନା କରୁଥିଲେ ୫ ଡକାୟତ । ସେମାନେ ପେସାଦାର ଲୁଟେରା ହୋଇଥିବା ବେଳେ ପୂର୍ବରୁ ବହୁ ଥର ଜେଲ୍‌ ବି ଯାଇଛନ୍ତି। ହେଲେ ଟଙ୍କା ରୋଜଗାରର ଏହି ସହଜ ମାଧ୍ୟମକୁ ଛାଡ଼ି ପାରୁ ନ ଥିଲେ।

ଖବର ପାଇ ଖଣ୍ଡଗିରି ପୁଲିସ୍‌ ମଶାଣିକୁ ଚାରିପଟୁ ଘେରି ଚଢ଼ାଉ କରିଥିଲା। ଏହାପରେ ପୁଲିସ୍‌ ୪ ଡକାୟତଙ୍କୁ ଗିରଫ କରିଥିବା ବେଳେ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତମାନେ ପେସାଦାର ଡକାୟତ ହୋଇଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖଣ୍ଡଗିରି ଥାନା ଅଧିକାରୀ।

Related story