ଝିଅକୁ ପ୍ରେମ କରି ବାପା ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଝିଅକୁ ପ୍ରେମ କରି ବାପା ବ୍ୟାଙ୍କ ଆକାଉଣ୍ଟରୁ ପେଟିଏମ୍ ଜରିଆରେ ୫୧ ହଜାର ଟଙ୍କା ଉଠାଇ ନେଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି ରାଉରକେଲା ପୁଲିସ୍। ଗିରଫ ଯୁବକଙ୍କ ନାଁ ଜୀବନ ଜ୍ୟୋତି ମାଇତି। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଦୁଇବର୍ଷ ହେବ ଜୀବନଜ୍ୟୋତି ରାଉରକେଲାର ୧୫ ନମ୍ବର ସେକ୍ଟରରେ ରହୁଥିବା ଜଣେ ଆରଏସ୍‌ପି କର୍ମଚାରୀଙ୍କ ଝିଅକୁ ପ୍ରେମ କରୁଥିଲେ। ଏହାରି ମଧ୍ୟରେ ଅର୍ଥର ଜରୁରୀ ଆବଶ୍ୟକତା ରହିଛି […]

jeevanjyoti

Tapaswini Nayak
  • Published: Friday, 10 July 2020
  • , Updated: 10 July 2020, 04:04 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଝିଅକୁ ପ୍ରେମ କରି ବାପା ବ୍ୟାଙ୍କ ଆକାଉଣ୍ଟରୁ ପେଟିଏମ୍ ଜରିଆରେ ୫୧ ହଜାର ଟଙ୍କା ଉଠାଇ ନେଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି ରାଉରକେଲା ପୁଲିସ୍। ଗିରଫ ଯୁବକଙ୍କ ନାଁ ଜୀବନ ଜ୍ୟୋତି ମାଇତି। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦୁଇବର୍ଷ ହେବ ଜୀବନଜ୍ୟୋତି ରାଉରକେଲାର ୧୫ ନମ୍ବର ସେକ୍ଟରରେ ରହୁଥିବା ଜଣେ ଆରଏସ୍‌ପି କର୍ମଚାରୀଙ୍କ ଝିଅକୁ ପ୍ରେମ କରୁଥିଲେ। ଏହାରି ମଧ୍ୟରେ ଅର୍ଥର ଜରୁରୀ ଆବଶ୍ୟକତା ରହିଛି ବୋଲି ପ୍ରେମିକାକୁ ଜଣାଇଥିଲେ। ପରେ ପ୍ରେମିକାର ବାପାଙ୍କ ପେଟିଏମ୍ ଏବଂ ଏଟିଏମ୍ କାର୍ଡ ନମ୍ୱର ହାତେଇ ଥିଲେ।  ଏହାପରେ ପ୍ରେମିକା ଠାରୁ ଓଟିପି ନମ୍ବର ନେଇ ଜୁନ ୭ ତାରିଖରୁ ଜୁନ ୧୫ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ୫୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିଲେ। ଖାଲି ସେତିକି ନୁହେଁ, ଟଙ୍କା ଉଠାଇଲା ପରେ ପ୍ରେମିକାଙ୍କ ବାପାଙ୍କ ମୋବାଇଲକୁ ଯାଉଥିବା ମେସେଜ୍‌କୁ ବି ଡିଲିଟ୍ କରାଇ ଦେଉଥିଲେ। ତାଙ୍କରି କଥାରେ ତାଙ୍କ ପ୍ରେମିକା ମେସେଜ୍ ଗୁଡ଼ିକୁ ଡିଲିଟ୍‌ କରୁଥିଲେ।

ତେବେ ଜୁନ ୨୪ ତାରିଖରେ ଏହି ଆରଏସ୍‌ପି କର୍ମଚାରୀ ଜଣଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଟଙ୍କା ଡିପୋଜିଟ କରିବା ପାଇଁ ଯାଇଥିବା ବେଳେ ତାଙ୍କ ଆକାଉଣ୍ଟରୁ ୫୧ ହଜାରୁ ଊର୍ଦ୍ଧ୍ୱ ଟଙ୍କା କେହି ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ।। ଏହାପରେ ସେ ଘରକୁ ଫେରି ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ। ପରେ ତାଙ୍କ ଝିଅ ସତ କଥା କହିଥିଲେ। ଏହାପରେ ଜୀବନଜ୍ୟୋତିଙ୍କ ନାଁରେ ଥାନା ଏତଲା ଦିଆଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରି ଗତକାଲି ଜୀବନଜ୍ୟୋତିକୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଜୀବନଜ୍ୟୋତି କୁଆଁରମୁଣ୍ଡାର ଏକ ଜନସେବା କେନ୍ଦ୍ରରେ କାମ କରନ୍ତି।

Related story