ବନ୍ଧାହେଲା କୁଳାଙ୍ଗାର ପୁଅ, ବାପାକୁ ଜେଲ ପଠାଇବାକୁ ଚାହୁଁଥିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ବାପାକୁ ଗିରଫ କରାଇ ଜେଲ ପଠାଇବାକୁ ଇଛା କରିଥିଲା। ତେଣୁ ବାପାଙ୍କ ଗାଡ଼ିରେ ବନ୍ଧୁକ ରଖି ପୁଲିସକୁ ଖବର ଦେଇଥିଲା। ଚୋରା ବନ୍ଧୁକ ଧରି ବାପା ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ଅପରାଧ ଘଟାଇବାକୁ କାମ କରୁଥିବା ଅଭିଯୋଗରେ ଲେଖିଥିଲା। ପୁଲିସ ଅଭିଯୋଗର ତଦନ୍ତ କରିବା ପରେ କୁଳାଙ୍ଗାର ପୁଅ ହିଁ ସମସ୍ତ ଚକ୍ରାନ୍ତ କରିଥିବା ଜାଣିବାକୁ ପାଇଥିଲା। ଯାହା ପରେ ଏହି କୁଳାଙ୍ଗାର ପୁଅକୁ ଗିରଫ କରିଛି ପୁଲିସ। ଏହି କୁଳାଙ୍ଗାର […]

son

son

Niranjan Mishra
  • Published: Saturday, 04 June 2022
  • , Updated: 04 June 2022, 05:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ବାପାକୁ ଗିରଫ କରାଇ ଜେଲ ପଠାଇବାକୁ ଇଛା କରିଥିଲା। ତେଣୁ ବାପାଙ୍କ ଗାଡ଼ିରେ ବନ୍ଧୁକ ରଖି ପୁଲିସକୁ ଖବର ଦେଇଥିଲା। ଚୋରା ବନ୍ଧୁକ ଧରି ବାପା ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ଅପରାଧ ଘଟାଇବାକୁ କାମ କରୁଥିବା ଅଭିଯୋଗରେ ଲେଖିଥିଲା। ପୁଲିସ ଅଭିଯୋଗର ତଦନ୍ତ କରିବା ପରେ କୁଳାଙ୍ଗାର ପୁଅ ହିଁ ସମସ୍ତ ଚକ୍ରାନ୍ତ କରିଥିବା ଜାଣିବାକୁ ପାଇଥିଲା। ଯାହା ପରେ ଏହି କୁଳାଙ୍ଗାର ପୁଅକୁ ଗିରଫ କରିଛି ପୁଲିସ। ଏହି କୁଳାଙ୍ଗାର ପୁଅ ଜଣକ ବାଲିଅନ୍ତା ଥାନା ଅଞ୍ଚଳର। ତାଙ୍କ ନାମ ବିଶ୍ୱଜିତ ଦାସ। ଏନେଇ ଭୁବନେଶ୍ୱର ଡିସିପି ପ୍ରତିକ ସିଂ ଆଜି ଗଣମାଧ୍ୟମକୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଅଭିଯୁକ୍ତ ବିଶ୍ୱଜିତର ଇଛା ଥିଲା ତାର ବାପା ସୁରେଶ କୁମାର ଦାସଙ୍କୁ ଗିରଫ କରାଇବା। ତେଣୁ ସେ ତାଙ୍କ ବାପାଙ୍କ ଗାଡ଼ିରେ ବନ୍ଧୁକ ରଖିଥିଲା। ଏଥିସହ ବାପା ଅପରାଧିକ କାମରେ ମାତିଥିବା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ଭୁବନେଶ୍ୱର ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ୍ ସହ ବାଲିଅନ୍ତା ପୁଲିସ ମିଶି ତଦନ୍ତ ଆରମ୍ଭ କରିଥିଲା। ଚଢ଼ଉ ବେଳେ ସୁରେଶଙ୍କ ଗାଡ଼ିରୁ ଏକ ବନ୍ଧୁକ ଜବତ ହୋଇଥିଲା। ତେବେ ଜେରା ବେଳେ ସୁରେଶ ନିଜର ପୁଅର ଅଭିସନ୍ଧି ବିଷୟରେ କହିଥିଲେ। ପରେ ତାଙ୍କ ଗାଡ଼ିର ଡ୍ରାଇଭରକୁ ପଚରାଉଚରା କରାଯାଇଥିଲା। ଡ୍ରାଇଭର ମଧ୍ୟ ପୁଲିସକୁ ସୂଚନା ଦେଇ ଗାଡ଼ି ନେଇ ପୁଅ ସହିତ ଯାଇଥିବା ବେଳେ ତାର ଅଜଣାତରେ ବନ୍ଧୁକ ରଖାଯାଇଥିବା କହିଥିଲା। ଏହି ବୟାନକୁ ଭିତ୍ତି କରି ପୁଲିସ ବିଶ୍ୱଜିତକୁ ପୁନଶ୍ଚ ଜେରା କରିବା ବେଳେ ସେ ସତ ମାନି ଯାଇଥିଲା। ସବୁ କାମରେ ରୋକ ଲଗାଉଥିବାରୁ ସେ ତା’ର ସହଯୋଗୀ ସହ ମିଶି ବାପାଙ୍କୁ ଜେଲ ପଠାଇବାକୁ ଇଛା କରି ଏଭଳି ଚକ୍ରାନ୍ତ ରଚିଥିବା ପ୍ରକାଶ କରିଥିଲା।

ତଦନ୍ତ ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବିଶ୍ୱଜିତ ଓ ତାର ସହଯୋଗୀ ଅଭିନ୍ନ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ବ୍ୟବହାର କରିଥିବା ୭.୬ ଏମଏମ ମାଉଜର ସହ ଦୁଇଟି ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତ ଏହି ବନ୍ଧୁକ କେଉଁଠୁ ଆଣିଲା ସେନେଇ ମଧ୍ୟ ପୁଲିସ ତଦନ୍ତ କରୁଥିବା କହିଛି।

Related story