ମାଓବାଦୀଙ୍କ ନାଁରେ ବଟି ମାଗି ଧରାପଡ଼ିଲେ

କେନ୍ଦୁଝର (ପ୍ରଣୟ ପାଣି): ମାଓବାଦୀ ନାଁରେ ଦାଦାବଟି ମାଗୁଥିଲେ। ଶେଷରେ ପୋଲିସ ଜାଲରେ ପଡ଼ିଗଲେ। ପୋଲିସ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ୩ ଗୁଳି ଜବତ କରିଛି। ଗିରଫ ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ପୋଲିସ କହିଛି। ଗତ ୨୧ ତାରିଖ ବିଳମ୍ୱିତ ରାତି। ୧୫ରୁ ଅଧିକ ବ୍ୟକ୍ତି ସିପିଆଇ ମାଓବାଦୀଙ୍କ ନାଁରେ ଆର୍ଜେଣ୍ଟ ଷ୍ଟିଲ୍‌ କାରଖାନାରେ ପଶି ୩ କୋଟି ଟଙ୍କା ବଟି ମାଗିଥିଲେ। ବଟି ଟଙ୍କା ନଦେଲେ […]

naxal-sukma

Rakesh Mallick
  • Published: Friday, 18 May 2018
  • , Updated: 18 May 2018, 05:44 PM IST

କେନ୍ଦୁଝର (ପ୍ରଣୟ ପାଣି): ମାଓବାଦୀ ନାଁରେ ଦାଦାବଟି ମାଗୁଥିଲେ। ଶେଷରେ ପୋଲିସ ଜାଲରେ ପଡ଼ିଗଲେ। ପୋଲିସ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ୩ ଗୁଳି ଜବତ କରିଛି। ଗିରଫ ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ପୋଲିସ କହିଛି।

ଗତ ୨୧ ତାରିଖ ବିଳମ୍ୱିତ ରାତି। ୧୫ରୁ ଅଧିକ ବ୍ୟକ୍ତି ସିପିଆଇ ମାଓବାଦୀଙ୍କ ନାଁରେ ଆର୍ଜେଣ୍ଟ ଷ୍ଟିଲ୍‌ କାରଖାନାରେ ପଶି ୩ କୋଟି ଟଙ୍କା ବଟି ମାଗିଥିଲେ। ବଟି ଟଙ୍କା ନଦେଲେ ପ୍ଲାଣ୍ଟ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ। ଏପରିକି ପୋଲିସକୁ ଖବର ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ପ୍ଲାଣ୍ଟରେ ଗୋଟିଏ ପୋଷ୍ଟର ଛାଡ଼ି ଆସିଥିଲେ। ତା’ପର  ଦିନ କମ୍ପାନୀ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏକ ଫୋନ୍‌ କଲ୍‌କୁ ଟ୍ରାକ୍‌ କରି ପୋଲିସ ଜଣେ ଅଭିଯୁକ୍ତକୁ ଯୋଡ଼ା ବଜାରରୁ ଉଠାଇ ଆସିଥିଲା। ତାକୁ ଜେରା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ ପତ୍ତା ପାଇଥିଲା। ତା’ପରେ ପୋଲିସ ସେମାନଙ୍କୁ ଉଠାଇ ଆଣି ଜେରା କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ପୋଲିସ କହିଛି।

Related story