ତୁଳସୀ ବିକୁଥିଲା ଜହର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଁ ତୁଳସୀ। ହେଲେ କାମ ଓଲଟା। ନିଜ ନାଁକୁ ସାର୍ଥକ କରିବେ କ’ଣ, ବିକ୍ରି କରୁଛନ୍ତି ବ୍ରାଉନସୁଗାର ଭଳି ଜହର। ଆଉ ଏଥିରେ ସାମିଲ କରିଛନ୍ତି ନିଜ ପୁଅକୁ। ରାଜଧାନୀ ଲକ୍ଷ୍ମୀସାଗର ହଳଦିପଡିଆ ଅଞ୍ଚଳରେ ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ଦୁଇ ମାଆ ପୁଅଙ୍କୁ ଗିରଫ କରିଛି କମିଶରେଟ୍‌ ପୋଲିସ। ଉଭୟଙ୍କଠାରୁ ପୋଲିସ ୧୪ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା। ଏହାସହ ଉଭୟଙ୍କଠାରୁ ପୋଲିସ ନଗଦ […]

police arrested tulasi from bbsr

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 07:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଁ ତୁଳସୀ। ହେଲେ କାମ ଓଲଟା। ନିଜ ନାଁକୁ ସାର୍ଥକ କରିବେ କ’ଣ, ବିକ୍ରି କରୁଛନ୍ତି ବ୍ରାଉନସୁଗାର ଭଳି ଜହର। ଆଉ ଏଥିରେ ସାମିଲ କରିଛନ୍ତି ନିଜ ପୁଅକୁ। ରାଜଧାନୀ ଲକ୍ଷ୍ମୀସାଗର ହଳଦିପଡିଆ ଅଞ୍ଚଳରେ ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ଦୁଇ ମାଆ ପୁଅଙ୍କୁ ଗିରଫ କରିଛି କମିଶରେଟ୍‌ ପୋଲିସ। ଉଭୟଙ୍କଠାରୁ ପୋଲିସ ୧୪ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା। ଏହାସହ ଉଭୟଙ୍କଠାରୁ ପୋଲିସ ନଗଦ ୧ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ବୋଲି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ବାରମ୍ୱାର ରେଡ ଓ ଧରାପଡିବାର ଭୟ ଥିବାରୁ ବ୍ରାଉସନୁଗାର ସଂଗ୍ରହ କରିବା ଟ୍ରେଣ୍ଡ ବଦଳିଛି। ଏଣିକି ଡିଲର ସିଧା ଘରେ ଆଣି ବ୍ରାଉନସୁଗାର ଯୋଗାଉଛି। ପୁଅ ଛୋଟ ଛୋଟ ପୁଡିଆ ବିକ୍ରି କରୁଥିବା ବେଳେ, ତୁଳସୀ ଚିହ୍ନା ପରିଚିତ ଗରାଖଙ୍କୁ ବିକ୍ରି କରୁଥିବା ପୋଲିସ କହିଛି। ଗତ ସପ୍ତାହ ତଳେ ୧୨  ଜୁନରେ ଅବକାରୀ ବିଭାଗ ହଳଦି ପଡିଆରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରଉନସୁଗାର ଜବତ କରିଥିଲା। ଖାଲି ହଳଦି ପଡିଆ ନୁହେଁ ରାଜଧାନୀର ଅନେକ ବସ୍ତିରେ ଏଭଳି ବ୍ରାଉନସୁଗାର ବିକ୍ରି ହେଉଥିବା ବେଳେ, ସେସବୁ ସ୍ଥାନକୁ ପୋଲିସ ଚିହ୍ନଟ କରିଥିବା ଡିସିପି କହିଛନ୍ତି।

Related story