କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ବନ୍ଧା ହେଲେ କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ ପୃଥ୍ୱୀରାଜ ମିଶ୍ର। ତାଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍। ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ। ଏକ ମାମଲାର ଦଫା ବଦଳାଇବା ପାଇଁ ସେ ଏହି ଟଙ୍କା ନେଉଥିଲେ।
କୋରୁଆ ଗାଁର ମିହିର ଲେଙ୍କାଙ୍କ ନାଁରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ୩୦୭ ଦଫା ଲାଗିଛି। ତେବେ ଏହାକୁ ବଦଳାଇ ୩୦୧ କରିବା ପାଇଁ ଏଏସ୍ଆଇ ପୃଥ୍ୱୀରାଜ ମିଶ୍ର ୧୦ ହଜାର ଟଙ୍କା ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୩ ହଜାର ଟଙ୍କା ନେଇଥିଲେ। ଆଜି ନିଜ ମଧ୍ୟସ୍ଥି ବିଜୟ କୁମାର ବେହେରାଙ୍କ ଜରିଆରେ ବାକି ୭ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ସହିତ ମଧ୍ୟସ୍ଥ ବିଜୟ କୁମାର ବେହେରାଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି।
ଏଏସ୍ଆଇ ପୃଥ୍ୱୀରାଜ ମିଶ୍ରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେ ଗିରଫ ହେବା ପରେ ତାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କ୍ରିକେଟର ଫାଇନାଲ ମ୍ୟାଚ୍ ନେଲା ଗୋଷ୍ଠୀ ସଂଘର୍ଷର ରୂପ, ବ୍ୟାପକ ଭଙ୍ଗାରୁଜା
ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
Miscellaneous
ବାଗେଶ୍ୱର ବାବାଙ୍କ ବଡ଼ ବୟାନ: ଓଡ଼ିଶାରୁ ବାଜି ପାରେ ହିନ୍ଦୁ ରାଷ୍ଟ୍ରର ବିଗୁଲ
ତାଙ୍କ କହିବା କଥା ଯେ ସମସ୍ତ ହିନ୍ଦୁ ଗୋଟିଏ କାରଣ ପାଇଁ ଏକାଠି ହେବାର ସମୟ ଆସି ଯାଇଛି। ସେହିପରି ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଲ କେବଳ ଓଡ଼ିଶାରୁ ବାଜି ପାରେ ବୋଲି ସେ କହଛନ୍ତି।
Miscellaneous
ବ୍ୟାନ୍ ପରେ ବି ଉଡ଼ୁଛି ଚାଇନିଜ ମାଞ୍ଜା ସୁତା ଗୁଡ଼ି, ସାଜିପାରେ ଘାତକ
ସରକାର ବ୍ୟାନ୍ କରି ସାରିଥିବା ବେଳେ କଟକ ସହରରେ କିନ୍ତୁ ଖୁଲମଖୁଲା ଜମୁଛି ବେପାର। ସବୁବେଳେ ଜନଗହଳିପୂର୍ଣ୍ଣ ରହୁଥିବା କଟକ ସହରରେ ଚାଇନିଜ ମାଞ୍ଜା ସୁତା ଲଗା ଗୁଡ଼ି ଉଡ଼ୁଛି।
Crime
ଲୋକସେବା ଭବନରୁ ମହାଠକକୁ ଗିରଫ କଲା ପୁଲିସ୍, ମିଳିଲା ନକଲି ପରିଚୟପତ୍ର
ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା।
Miscellaneous
ସୀମାନ୍ତରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ, ୨ ସୁରକ୍ଷାକର୍ମୀ ଆହତ
ସ୍ଥାନୀୟ ପୁଲିସ୍ କହିଛି ଯେ ଜାଙ୍ଗାଲା ନିକଟର ଜୈଗୁର ଜଙ୍ଗଲରେ ରବିବାର ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଡିଆରଜି ଯବାନ ଓ କୁଟ୍ରୁ ପୁଲିସ୍ର କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ।