ପୋଲିସ ମାଡ଼ରୁ ବର୍ତ୍ତିଲେନି ଗଣମାଧ୍ୟମ ପ୍ରତିନିଧି

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ପୋଲିସର ଅରାଜକତା। ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ ହଟାଇବା ଆଳରେ ପୋଲିସ ସେଠାରେ ଗୁଣ୍ଡାରାଜ କରିଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକ, ସ୍ଥାନୀୟ ବ୍ୟବସାୟୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲା। ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ କର୍ମଚାରୀ ମଧ୍ୟ ପୋଲିସ ଆକ୍ରୋଶରୁ ବାଦ୍ ପଡ଼ିନଥିଲେ। ଲାଠି ଚାର୍ଜ କରୁଥିବା ପୋଲିସ କର୍ମଚାରୀ ଓଟିଭି ପ୍ରତିନିଧିଙ୍କ ସହ ଥିବା ଅନ୍ୟ ଜଣେ ସହଯୋଗୀଙ୍କୁ ନିର୍ଘାତ ପ୍ରହାର କରିଥିଲା। ସଂପୃକ୍ତ କର୍ମଚାରୀ ଜଣକ ହାତରେ ବୁମ୍ ଧରିଥିଲେ ବି ପୋଲିସ ତାହା ନଦେଖି ତାଙ୍କୁ ଅନ୍ଧଭଳି ପିଟିଥିଲା। ପୋଲିସ ମାଡ଼ରେ କର୍ମଚାରୀ ଜଣକ ତଳେ ପଡ଼ି ଯାଇଥିଲେ। ପରେ ଏହି ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଡିସିପି ଆସି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।</p>

Ordigital Desk
  • Published: Friday, 23 February 2018
  • Updated: 23 February 2018, 11:09 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ପୋଲିସର ଅରାଜକତା। ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ ହଟାଇବା ଆଳରେ ପୋଲିସ ସେଠାରେ ଗୁଣ୍ଡାରାଜ କରିଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକ, ସ୍ଥାନୀୟ ବ୍ୟବସାୟୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲା। ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ କର୍ମଚାରୀ ମଧ୍ୟ ପୋଲିସ ଆକ୍ରୋଶରୁ ବାଦ୍ ପଡ଼ିନଥିଲେ। ଲାଠି ଚାର୍ଜ କରୁଥିବା ପୋଲିସ କର୍ମଚାରୀ ଓଟିଭି ପ୍ରତିନିଧିଙ୍କ ସହ ଥିବା ଅନ୍ୟ ଜଣେ ସହଯୋଗୀଙ୍କୁ ନିର୍ଘାତ ପ୍ରହାର କରିଥିଲା। ସଂପୃକ୍ତ କର୍ମଚାରୀ ଜଣକ ହାତରେ ବୁମ୍ ଧରିଥିଲେ ବି ପୋଲିସ ତାହା ନଦେଖି ତାଙ୍କୁ ଅନ୍ଧଭଳି ପିଟିଥିଲା। ପୋଲିସ ମାଡ଼ରେ କର୍ମଚାରୀ ଜଣକ ତଳେ ପଡ଼ି ଯାଇଥିଲେ। ପରେ ଏହି ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଡିସିପି ଆସି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos