ପୋଲିସର ଅମାନୁଷିକ ଅତ୍ୟାଚାର: ଯୁକ୍ତିତର୍କକୁ ନେଇ ଯୁବକଙ୍କୁ ନିର୍ଧୂମ ଛେଚିଲା

<p>ବରଗଡ଼(ଦୀପକ ଶର୍ମା): ପୁଣି ପୋଲିସର ଅମାନୁଷିକ ଅତ୍ୟାଚାର ଦେଖିବାକୁ ମିଳିଛି। ଏଥର ଘଟଣା ସାମନାକୁ ଆସିଛି ବରଗଡ଼ରୁ।&nbsp; ଗତକାଲି ଜଣେ ଯୁବକଙ୍କୁ ବରଗଡ଼ ଟାଉନ ଥାନା ପୋଲିସ ନିସ୍ତୁକ ପିଟି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ ବେଳେ ସହରର ଏକ ଦୋକାନରେ କାମ କରୁଥିବା ଅମିତ ସାହୁ ନାମକ ଜଣେ ଯୁବକଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ପୋଲିସ ସଂପୃକ୍ତ ଯୁବକଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଥିଲା। ପରେ ତାଙ୍କୁ ଥାନାକୁ ନେଇ ହାଜତରେ ରଖିଥିଲା। ତେବେ ସ୍ଥାନୀୟ ଲୋକେ ଏ ଘଟଣାକୁ ବିରୋଧ କରିବା ସହ ଉତ୍ତେଜିତ ହୋଇ ଥାନା ଘେରାଉ କରିଥିଲେ।</p> <p>ଏହାସହ ମାଡ଼ ମାରିଥିବା ପୋଲିସ କର୍ମଚୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଥିଲେ। ପରେ ବରଗଡ଼ ଏସ୍&zwnj;ପି ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ବରଗଡ଼଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p>

Ordigital Desk
  • Published: Sunday, 13 May 2018
  • Updated: 13 May 2018, 11:09 AM IST

Sports

Latest News

<p>ବରଗଡ଼(ଦୀପକ ଶର୍ମା): ପୁଣି ପୋଲିସର ଅମାନୁଷିକ ଅତ୍ୟାଚାର ଦେଖିବାକୁ ମିଳିଛି। ଏଥର ଘଟଣା ସାମନାକୁ ଆସିଛି ବରଗଡ଼ରୁ।&nbsp; ଗତକାଲି ଜଣେ ଯୁବକଙ୍କୁ ବରଗଡ଼ ଟାଉନ ଥାନା ପୋଲିସ ନିସ୍ତୁକ ପିଟି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ ବେଳେ ସହରର ଏକ ଦୋକାନରେ କାମ କରୁଥିବା ଅମିତ ସାହୁ ନାମକ ଜଣେ ଯୁବକଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ପୋଲିସ ସଂପୃକ୍ତ ଯୁବକଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଥିଲା। ପରେ ତାଙ୍କୁ ଥାନାକୁ ନେଇ ହାଜତରେ ରଖିଥିଲା। ତେବେ ସ୍ଥାନୀୟ ଲୋକେ ଏ ଘଟଣାକୁ ବିରୋଧ କରିବା ସହ ଉତ୍ତେଜିତ ହୋଇ ଥାନା ଘେରାଉ କରିଥିଲେ।</p><p>ଏହାସହ ମାଡ଼ ମାରିଥିବା ପୋଲିସ କର୍ମଚୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଥିଲେ। ପରେ ବରଗଡ଼ ଏସ୍&zwnj;ପି ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ବରଗଡ଼଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos