ଲୋୟର ପିଏମଜିରେ ବିଜେପିର ହଲ୍ଲାବୋଲ, ଭାଙ୍ଗିଦେଲେ ପୁଲିସ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ସାତ ଦିନ ହେବ ଚାଲିପାରୁନି ବିଧାନସଭା । ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଶାସକ ଓ ବିରୋଧୀ। ଗୋବିନ୍ଦ ସାହୁଙ୍କ ସହିତ ଭଲ ସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି  ରାଜରାସ୍ତାରେ ଗର୍ଜୁଛି ବିରୋଧୀ। ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ […]

BJP's Protest

Tapaswini Nayak
  • Published: Thursday, 09 December 2021
  • , Updated: 09 December 2021, 03:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ସାତ ଦିନ ହେବ ଚାଲିପାରୁନି ବିଧାନସଭା । ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଶାସକ ଓ ବିରୋଧୀ। ଗୋବିନ୍ଦ ସାହୁଙ୍କ ସହିତ ଭଲ ସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି  ରାଜରାସ୍ତାରେ ଗର୍ଜୁଛି ବିରୋଧୀ। ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି। ଏହି ଆନ୍ଦୋଳନର ନାଁ ‘ହଲ୍ଲାବୋଲ’ ରଖାଯାଇଛି।

[caption id="attachment_697751" align="aligncenter" width="650"] ବିଧାନସଭା ଘେରାଉ କରିବାକୁ ବିଜେପି ଯୁବ ମୋର୍ଚ୍ଚା ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲିସ୍ ସହିତ ହୋଇଥିଲା ଠେଲାପେଲା[/caption]

ଆଜି ବିଜେପିର ଶତାଧିକ କର୍ମୀ ଶୋଭାଯାତ୍ରାରେ ପାର୍ଟି ଅଫିସରୁ ବାହାରି ପୁଲିସ୍‌ ବ୍ୟାରିକେଡ ଭାଙ୍ଗି ବିଧାନସଭା ଅଭିମୁଖେ  ଯିବା ନିମନ୍ତେ ଉଦ୍ୟତ ହେଉଥିଲେ। ହେଲେ ବାଟରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହା ମଧ୍ୟରେ ବିଜେପି କର୍ମୀ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ। ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୁଲିସ ସହ ବିଜେପି କର୍ମୀଙ୍କର ଠେଲାପେଲା ହୋଇଥିଲା। ପୁଲିସ ବସ୍‌କୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଥିବା ଜଣାଯାଇଛି। ଲୋୟର ପିଏମଜି ପର୍ଯ୍ୟନ୍ତ ବିଜେପି କର୍ମୀ ରାଲିରେ ଯାଇ ଧାରଣାରେ ବସିଥିବା ଜଣାଯାଇଛି। ଏହା ମଧ୍ୟରେ ପୁଲିସ୍‌ ଭିଡ଼କୁ ନିୟନ୍ତ୍ରଣ କରିବାକୁ ବିଜେପି କର୍ମୀଙ୍କ ଉପରକୁ ଲାଠି ମାଡ଼ କରିବା ସହ ବହୁ କର୍ମୀଙ୍କୁ ଗିରଫ କରିଥିବା ଜଣାଯାଇଛି।

[caption id="attachment_697752" align="aligncenter" width="650"] ଶୋଭାଯାତ୍ରାରେ ଗଲା ବେଳେ ପୁଲିସ୍ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା କର୍ମୀ[/caption]

ଜଣେ ବିଜେପି କର୍ମୀ କହିଛନ୍ତି, ଓଡ଼ିଶାରେ ଧୃତରାଷ୍ଟ୍ର ସରକାର ଚାଲିଛି।  ନବୀନ ଧୃତରାଷ୍ଟ୍ର ଭାବେ ବସିଛନ୍ତି। ସେ ଶହଶହ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କୁ ବଳାତ୍କାର ଓ ହତ୍ୟା କରିବାକୁ ଛାଡିଛନ୍ତି। ପରେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି।

Related story