ଭଡ଼ା ଘରେ ଚାଲିଥିଲା ଦେହବେପାର, ଜବତ ହେଲା ଆପତ୍ତିଜନକ ଜିନିଷ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ସହରର ଏକ ଭଡ଼ା ଘରେ ସେକ୍ସ ରାକେଟ୍‌ ଚାଲିଥିବାର ସୂଚନା ପାଇ ପୁଲିସ ଉକ୍ତ ଘରେ ଚଢ଼ଉ କରି ଜଣେ ମହିଳାଙ୍କୁ ଉଦ୍ଧାର କରିବା ସହିତ କିଙ୍ଗପିନ୍‌ଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଉକ୍ତ ଘରୁ ପୁଲିସ ମଧ୍ୟ ବହୁ ଆପତ୍ତିଜନକ ଜିନିଷ ଜବତ କରିଛି। ସଦର ଥାନା ପୁଲିସ ଗତ ୧୩ ତାରିଖ ବିଳମ୍ୱିତ ରାତିରେ ସାଇପ୍ରିୟା ନଗରରେ ଘରେ ଚଢ଼ଉ କରି ଜଣେ ମହିଳାଙ୍କୁ ଉଦ୍ଧାର କରିବା ସହିତ […]

legs-prostitute-sex,,

Manoranjan Sial
  • Published: Friday, 15 March 2019
  • , Updated: 15 March 2019, 04:17 PM IST

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ସହରର ଏକ ଭଡ଼ା ଘରେ ସେକ୍ସ ରାକେଟ୍‌ ଚାଲିଥିବାର ସୂଚନା ପାଇ ପୁଲିସ ଉକ୍ତ ଘରେ ଚଢ଼ଉ କରି ଜଣେ ମହିଳାଙ୍କୁ ଉଦ୍ଧାର କରିବା ସହିତ କିଙ୍ଗପିନ୍‌ଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଉକ୍ତ ଘରୁ ପୁଲିସ ମଧ୍ୟ ବହୁ ଆପତ୍ତିଜନକ ଜିନିଷ ଜବତ କରିଛି।

ସଦର ଥାନା ପୁଲିସ ଗତ ୧୩ ତାରିଖ ବିଳମ୍ୱିତ ରାତିରେ ସାଇପ୍ରିୟା ନଗରରେ ଘରେ ଚଢ଼ଉ କରି ଜଣେ ମହିଳାଙ୍କୁ ଉଦ୍ଧାର କରିବା ସହିତ ୬ ଜଣକୁ ଗିରଫ କରିଥିଲା। ସେମାନେ ହେଲେ ସେକ୍ସ ରାକେଟ୍‌ର କିଙ୍ଗପିନ୍‌ କୁହା ଯାଉଥିବା ଗଞ୍ଜାମର ଚନ୍ଦନ କୁମାର ଚୌଧୁରୀ, କଲ୍ୟାଣସିଂପୁରର ଅମିତ କୁମାର ଲାୟା, ବୀରେନ‌ ଲାୟା, ରଣପୁରର ଦୁଃଖିଶ୍ୟାମ କର, ଦେବଗଡ଼ର ଜଗନ୍ନାଥ ନାୟକ ଓ ଡ୍ରାଇଭର ଶିବରାମ ଡାକୁଆ।

ପୁଲିସ ଏମାନଙ୍କ ଗିରଫ କରି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରିଛି। ପୁଲିସ ଘଟଣାସ୍ଥଳରୁ ଏକ କାର‌, ବାଇକ, ୭ଟି ମୋବାଇଲ, ନଗଦ ୩୭୪୪୦ ଟଙ୍କା ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

ଏଠାରେ କେତେ ଦିନ ଧରି ଏଭଳି ସେକ୍ସ ରାକେଟ୍‌ ଚାଲିଥିଲା, ପୁଲିସ ତାହା ଉପରେ ତଦନ୍ତ କରୁଛି।

Related story