ହୁସିଆର! ବ୍ରାଣ୍ଡେଡ୍‌ ବସ୍ତାରେ ମିଳୁଛି ନକଲି ସିମେଣ୍ଟ

କଟକ (ଓଡ଼ିଶା ରିପୋର୍ଟର): ନକଲି ଘିଅ, ତେଲ ଓ ଜର୍ଦ୍ଦା ପରେ ଏବେ ଠାବ ହୋଇଛି ନକଲି ସିମେଣ୍ଟ କାରଖାନା। କଟକ ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏହି ନକଲି ସିମେଣ୍ଟ କାରଖାନା ଠାବ କରିଛି ଜଗତପୁର ପୋଲିସ।  ସେହି କାରଖାନାରୁ ୭ହଜାର ୫ଶହ ବସ୍ତା ନକଲି ସିମେଣ୍ଟ ସହ ବିଭିନ୍ନ ବ୍ରାଣ୍ଡ୍ରର ୩ ଶହ ଖାଲି ବ୍ୟାଗ୍, ନମୁନା ଓ ଯାନ୍ତ୍ରାଂଶକୁ ପୋଲିସ ଜବତ କରିଛି।  ଘଟଣାରେ କାରଖାନା ମାଲିକ ଲଳିତ କୁମାର ଜୈନଙ୍କୁ ଗିରଫ କରାଯାଇଛି। […]

cementimage

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 03:56 PM IST

କଟକ (ଓଡ଼ିଶା ରିପୋର୍ଟର): ନକଲି ଘିଅ, ତେଲ ଓ ଜର୍ଦ୍ଦା ପରେ ଏବେ ଠାବ ହୋଇଛି ନକଲି ସିମେଣ୍ଟ କାରଖାନା। କଟକ ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏହି ନକଲି ସିମେଣ୍ଟ କାରଖାନା ଠାବ କରିଛି ଜଗତପୁର ପୋଲିସ।  ସେହି କାରଖାନାରୁ ୭ହଜାର ୫ଶହ ବସ୍ତା ନକଲି ସିମେଣ୍ଟ ସହ ବିଭିନ୍ନ ବ୍ରାଣ୍ଡ୍ରର ୩ ଶହ ଖାଲି ବ୍ୟାଗ୍, ନମୁନା ଓ ଯାନ୍ତ୍ରାଂଶକୁ ପୋଲିସ ଜବତ କରିଛି।  ଘଟଣାରେ କାରଖାନା ମାଲିକ ଲଳିତ କୁମାର ଜୈନଙ୍କୁ ଗିରଫ କରାଯାଇଛି। ଦୀର୍ଘ ୮-୯ ବର୍ଷ ହେବ ଜଗତପୁର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଭିତରେ ଏହି ନକଲି ସିମେଣ୍ଟ କାରବାର ଚାଲିଥିଲା ବୋଲି କୁହାଯାଉଛି।  କାରଖାନାର ମାଲିକ ଲଳିତ କୁମାର ଜୈନ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ରର ସିମେଣ୍ଟ ପାଇଁ ଫ୍ରାଞ୍ଚାଇଜ୍‌ ନେଇଥିଲେ।  ତେବେ ସେଥିରୁ ନଷ୍ଟ ହୋଇଯାଉଥିବା ସିମେଣ୍ଟରେ ଅପମିଶ୍ରଣ କରି ଏବଂ ତାହାକୁ ପୁଣି ନୂଆ ଭଳି ପ୍ୟାକେଜିଂ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି।  ତେବେ ଏହି ସିମେଣ୍ଟ ବ୍ୟାଗ୍ ଗୁଡ଼ିକ କେଉଁଠାରେ ତିଆରି ହେଉଥିଲା ସେ ନେଇ ପୋଲିସ ଖୋଳତାଡ଼ କରୁଛି।

Related story