ପୋଲିସର ବିଭିନ୍ନ ବିଭାଗର ୪୧୦ ପଦବୀରେ ନୂଆ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶା ପୋଲିସର ବିଭିନ୍ନ ବିଭାଗର ୪୧୦ ପଦବୀରେ ନୂଆ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସବ୍ ଇନିସ୍ପେକଟର ପାହ୍ୟାରେ ୨୦, ସହକାରୀ ଇନିସ୍ପେକଟର ପାହ୍ୟାରେ ୪୦, ହାବିଲଦାର ପଦବୀରେ ୫୦ ଏବଂ କନଷ୍ଟେବଳ ପାହ୍ୟାରେ ମୋଟ ୩୦୦ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ। ବିଚାରାଧୀନ ବନ୍ଦୀମାନଙ୍କୁ ଅଦାଲତ ନେବା ଆଣିବା ସମୟରେ ସୁରେକ୍ଷା ନିମନ୍ତେ ଏମାନଙ୍କୁ ନିୟୋଜିତ କାରାଯିବ। ସେହିପରି ପୁର୍ବରୁ ଏହି ଦାୟିତ୍ୱରେ […]

chiefminister

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 02:32 AM IST

ଭୁବନେଶ୍ୱର: ଓଡିଶା ପୋଲିସର ବିଭିନ୍ନ ବିଭାଗର ୪୧୦ ପଦବୀରେ ନୂଆ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସବ୍ ଇନିସ୍ପେକଟର ପାହ୍ୟାରେ ୨୦, ସହକାରୀ ଇନିସ୍ପେକଟର ପାହ୍ୟାରେ ୪୦, ହାବିଲଦାର ପଦବୀରେ ୫୦ ଏବଂ କନଷ୍ଟେବଳ ପାହ୍ୟାରେ ମୋଟ ୩୦୦ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ। ବିଚାରାଧୀନ ବନ୍ଦୀମାନଙ୍କୁ ଅଦାଲତ ନେବା ଆଣିବା ସମୟରେ ସୁରେକ୍ଷା ନିମନ୍ତେ ଏମାନଙ୍କୁ ନିୟୋଜିତ କାରାଯିବ। ସେହିପରି ପୁର୍ବରୁ ଏହି ଦାୟିତ୍ୱରେ ଥିବା ସିଆରପିଏଫ୍ ଯବାନଙ୍କୁ ପ୍ରତ୍ୟାହାର କରାଯାଇ ସେମାନଙ୍କୁ ଆଇନଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ କରାଯିବ। ଏହି ୪୧୦ ଜଣ ନୂତନ ପୋଲିସ କର୍ମଚାରୀଙ୍କୁ ରାଜ୍ୟର ସମସ୍ତ ପୋଲିସ ଜିଲ୍ଲା ଓ ଭୁବନେଶ୍ୱର-କଟକ ପୋଲିସ କମିସନରେଟରେ ନିୟୋଜିତ କରାଯିବ ବୋଲି କୁହାଯାଇଛି। ଏଥିସହିତ ଓଡିଶା ସଶସ୍ତ୍ର ପୋଲିସ ବାହିନୀର ୩ଟି ବାଟାଲିଅନରୁ କର୍ମଚାରୀଙ୍କୁ ପ୍ରତ୍ୟାହାର କରି ସେମାନଙ୍କୁ ବେସାମରିକ ପୋଲିସ ସେବାରେ ନିୟୋଜିତ କରାଯିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Related story