“ରାସ୍ତାରେ ଭିଡ଼ ପାଇଁ ନୁହେଁ, ବେପରୁଆ ଗାଡ଼ି ଚାଳନାରୁ ଘଟୁଛି ଦୁର୍ଘଟଣା”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାସ୍ତାରେ ଭିଡ଼ ପାଇଁ ନୁହେଁ, ବରଂ ବେପରୁଆ ଗାଡ଼ି ଚାଳନାରୁ ଘଟୁଛି ସଡ଼କ ଦୁର୍ଘଟଣା। ଏଥିପାଇଁ ଆମକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଚିନ୍ତା କରି ଟ୍ରାଫିକ୍‌ ନିୟମ ପାଳିବାକୁ ହେବ। କାରଣ ନିୟମ ପାଳନ ନକରିବା ଅସ୍ୱାଭାବିକ ଘଟଣା। ଆଜିଠୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ମାସ ଅବସରରେ କଟକ-ଭୁବନେଶ୍ୱର ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି-“ସାଧାରଣତଃ ଲୋକଙ୍କ ଭିତରେ ବାଇକ କିମ୍ବା କାର୍‌ ଡ୍ରାଇଭ କରିବା ଏକ ଅଭ୍ୟାସରେ ପରିଣତ […]

sudhansu

Manoranjan Sial
  • Published: Monday, 18 January 2021
  • , Updated: 18 January 2021, 09:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାସ୍ତାରେ ଭିଡ଼ ପାଇଁ ନୁହେଁ, ବରଂ ବେପରୁଆ ଗାଡ଼ି ଚାଳନାରୁ ଘଟୁଛି ସଡ଼କ ଦୁର୍ଘଟଣା। ଏଥିପାଇଁ ଆମକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଚିନ୍ତା କରି ଟ୍ରାଫିକ୍‌ ନିୟମ ପାଳିବାକୁ ହେବ। କାରଣ ନିୟମ ପାଳନ ନକରିବା ଅସ୍ୱାଭାବିକ ଘଟଣା। ଆଜିଠୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ମାସ ଅବସରରେ କଟକ-ଭୁବନେଶ୍ୱର ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ସେ କହିଛନ୍ତି-“ସାଧାରଣତଃ ଲୋକଙ୍କ ଭିତରେ ବାଇକ କିମ୍ବା କାର୍‌ ଡ୍ରାଇଭ କରିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଯାହାଫଳରେ ଶାରୀରିକ ସମସ୍ୟାଠୁ ଆରମ୍ଭ କରି ଟ୍ରାଫିକ୍‌ ସମସ୍ୟା ଯାଏଁ ମୁଣ୍ଡ ଟେକୁଛି। ତେଣୁ ଆମେ ଅନ୍ତତଃ ଆଖପାଖକୁ ଯିବାର ଥିଲେ ଚାଲି ଚାଲି କିମ୍ବା ସାଇକେଲ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଅନେକ କ୍ଷେତ୍ରରେ ସୁଫଳ ମିଳିପାରନ୍ତା। ଟୁଇନ୍ସିଟିର ରାଜରାସ୍ତା ଗୁଡ଼ିକରେ ଆଗକୁ ଧାଡ଼ିକିଆ ଗାଡ଼ି ଚାଳନା ଉପରେ ଗୁରୁତ୍ୱ ଦିଆଯିବ।”

ସେପଟେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଜାତୀୟ ରାଜପଥରେ ଲାଗିବ ଇଣ୍ଚେଲିଜେଣ୍ଟ କ୍ୟାମେରା। ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱରଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ସିସିଟିଭି ଲଗାଯିବ। ଜାତୀୟ ରାଜପଥର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଲାଗିବ ଏହି କ୍ଲୋଜ୍‌ ସର୍କିଟ କ୍ୟାମେରା। ଯାହା ଦ୍ୱାରା ଦ୍ରୁତଗତିରେ ଯାଉଥିବା ଚାଳକ ଓ ନକଲି ନମ୍ବର ପ୍ଲେଟ୍‌ଧାରୀଙ୍କୁ ସହଜରେ ଚିହ୍ନି ହେବ। ସେହିପରି ସମସ୍ତ ପବ୍ଲିକ ସର୍ଭିସ ଯାନରେ ଜିପିଏସ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଏହାକୁ କଡାକଡି କରିବାକୁ ଭେହିକିଲ୍‌ ଲୋକେସନ ଟ୍ରାକିଂ ସିଷ୍ଟମ୍‌ ଲାଗୁ କରାଯିବ। ଫଳରେ ଗାଡ଼ିର ଲୋକେସନ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖିବା ସହଜ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Related story