ବିଜେଡି ସାଂସଦ ଅନୁଭବଙ୍କ ନାଁରେ ଏତଲା, ଏଥର ବକେୟା ଟଙ୍କା ପାଇଁ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଅଭିନେତାରୁ ନେତା ବନିଥିବା କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। ସାଧାରଣ ନିର୍ବାଚନ ବେଳେ ଫ୍ଲେକ୍ସ, ବ୍ୟାନର ଓ ପୋଷ୍ଟର ପ୍ରିଣ୍ଟିଂ ବାବଦକୁ ବକେୟା ଅର୍ଥ ଏଯାଏଁ ଦେଇନଥିବାରୁ ଅନୁଭବଙ୍କ ବିରୋଧରେ ବଳଦେବ ଆଡ୍‌ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଅନୁଭବନ ମହାନ୍ତି କେନ୍ଦ୍ରାପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତାଙ୍କ ପାଇଁ ବଳଦେବ ଆଡ୍‌ ମିଡିଆ ଫ୍ଲେକ୍ସ, ବ୍ୟାନର, […]

anubhab

Manoranjan Sial
  • Published: Thursday, 30 January 2020
  • , Updated: 30 January 2020, 06:22 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଅଭିନେତାରୁ ନେତା ବନିଥିବା କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। ସାଧାରଣ ନିର୍ବାଚନ ବେଳେ ଫ୍ଲେକ୍ସ, ବ୍ୟାନର ଓ ପୋଷ୍ଟର ପ୍ରିଣ୍ଟିଂ ବାବଦକୁ ବକେୟା ଅର୍ଥ ଏଯାଏଁ ଦେଇନଥିବାରୁ ଅନୁଭବଙ୍କ ବିରୋଧରେ ବଳଦେବ ଆଡ୍‌ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ଅନୁଭବନ ମହାନ୍ତି କେନ୍ଦ୍ରାପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତାଙ୍କ ପାଇଁ ବଳଦେବ ଆଡ୍‌ ମିଡିଆ ଫ୍ଲେକ୍ସ, ବ୍ୟାନର, ହୋଡିଂ, ଭ୍ୟାନ୍‌ ଡେକୋରେଟିଂ ଓ ପୋଷ୍ଟର ତିଆରି କରିଥିଲା। ଏ ବାବଦକୁ ମୋଟ୍‌ ୩୨ ଲକ୍ଷ ୫୬ ହଜାର ୪୦୦ ଟଙ୍କାର ବିଲ୍‌ ହୋଇଥିଲା। ସେଥିରୁ ଅନୁଭବ ବିଭିନ୍ନ ପର୍ଯ୍ୟାୟରେ ୨୧ ଲକ୍ଷ ୧୦ ହଜାର ୯୬୧ ଟଙ୍କା ପୈଠ କରିଥିଲେ। ମାତ୍ର ବାକି ରହିଛି ୧୧ଲକ୍ଷ ୪୫ ହଜାର ୪୩୯ ଟଙ୍କା। ବାକି ଟଙ୍କା ପାଇବା ପାଇଁ ସ୍ମୃତି ରଂଜନ ସ୍ୱାଇଁ ବାରମ୍ୱାର ଅନୁଭବଙ୍କ ପାଖକୁ ଯାଉଛନ୍ତି। ମାତ୍ର ସେ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ଶେଷରେ କିଛି ଉପାୟ ନପାଇ ସ୍ମୃତି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Related story