ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟରତ ପୁଲିସ୍ଙ୍କୁ ସମ୍ମାନିତ କରିବ ରାଜ୍ୟ ପୁଲିସ୍ । ଦୁଇ ବର୍ଷ ଧରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ୧୭୦୯ ଜଣ ପୁଲିସ୍ କର୍ମଚାରୀ ଓ ଅଧିକାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’ ପ୍ରଦାନ କରାଯିବ । ଏନେଇ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।
ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାସହ ପଦକ ପ୍ରଦାନ ଲାଗି ପୁଲିସ୍ ମହାନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା । ଏନେଇ ଟୁଇଟ କରିବା ସହ ପଦକ ପାଇବାକୁ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡିଜିପି।