୧୪୫ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ, ନଷ୍ଟ କଲା ପୁଲିସ

ବାଲିଗୁଡ଼ା(ଅଜିତ୍ ନାୟକ): ୧୪୫ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ। ଯାହାକୁ ପୁଲିସ ପକ୍ଷରୁ ଦୀର୍ଘ ମାସେ ଧରି ଲୋକ ଲଗାଇ କାଟି ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଅନୁମାନିକ ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ମହାସିଙ୍ଗ ପଞ୍ଚାୟତର  ବଗଡ଼ା ଓ ଇନ୍ଦିରାଜା ଅଞ୍ଚଳରେ ଏହି ଗଞ୍ଜେଇ ଚାଷ ହୋଇଥିଲା। ବାଲିଗୁଡା ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ନଷ୍ଟ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା […]

ganja

  • Published: Wednesday, 14 December 2022
  • , Updated: 14 December 2022, 04:50 PM IST

ବାଲିଗୁଡ଼ା(ଅଜିତ୍ ନାୟକ): ୧୪୫ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ। ଯାହାକୁ ପୁଲିସ ପକ୍ଷରୁ ଦୀର୍ଘ ମାସେ ଧରି ଲୋକ ଲଗାଇ କାଟି ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଅନୁମାନିକ ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ମହାସିଙ୍ଗ ପଞ୍ଚାୟତର  ବଗଡ଼ା ଓ ଇନ୍ଦିରାଜା ଅଞ୍ଚଳରେ ଏହି ଗଞ୍ଜେଇ ଚାଷ ହୋଇଥିଲା। ବାଲିଗୁଡା ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ନଷ୍ଟ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

ପୁଲିସ ପକ୍ଷରୁ କୁହାଯାଇଛି, ଏହି ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚୋରାଚାଲାଣ କରାଯାଉଛି। ଏହା ବେଆଇନ ହୋଇଥିଲେ ହେଁ, ରାତାରାତି ଧନୀ ହେବା ନିମନ୍ତେ ଲୋକେ ଲୁଚାଛପାରେ ଏହି ଚାଷ କରୁଛନ୍ତି। ନିଶା ମାଫିଆଙ୍କ କଥାରେ ପଡ଼ି ଲୋକେ ବାଟବଣା ହେଉଛନ୍ତି। ଯାହାକୁ ରୋକିବାକୁ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ଅମାନିଆଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Related story