ଛୁଟିରୁ ଫେରି ଦାୟିତ୍ୱ ନେଲେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଛୁଟିରୁ ଫେରି ଦାୟିତ୍ୱ ନେଲେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ପତ୍ନୀଙ୍କ ବିୟୋଗ ଯୋଗୁଁ ଛୁଟିରେ ଥିଲେ ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି ସେ ଓଡ଼ିଶା ଫେରି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ଗତ ୭ ତାରିଖରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ପରଲୋକ ହୋଇଥିଲା। ଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା। ଏହାପରେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ବଦଳରେ ଅଗ୍ନିଶମ […]

rp-sharma

Tapas Behera
  • Published: Sunday, 21 April 2019
  • , Updated: 21 April 2019, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଛୁଟିରୁ ଫେରି ଦାୟିତ୍ୱ ନେଲେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ପତ୍ନୀଙ୍କ ବିୟୋଗ ଯୋଗୁଁ ଛୁଟିରେ ଥିଲେ ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି ସେ ଓଡ଼ିଶା ଫେରି ଦାୟିତ୍ୱ ଗ୍ରହଣ କରିଛନ୍ତି।

ଦିଲ୍ଲୀର ଏକ ହସ୍ପିଟାଲରେ ଗତ ୭ ତାରିଖରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ପରଲୋକ ହୋଇଥିଲା। ଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା। ଏହାପରେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ବଦଳରେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ପୁଲିସ ଡିଜି ଭାର ଦିଆଯାଇଥିଲା।

Related story