୫୧ତମ ପୋଲିସ୍‌ ଡିଜି ଓ ଆଇଜି ବାର୍ଷିକ ସମ୍ମିଳନୀ: ଯୋଗଦେବେ ଡିଜିପି କେ.ବି. ସିଂହ

ହାଇଦ୍ରାବାଦ: ଆଜିଠାରୁ ହାଇଦ୍ରାବାଦରେ ଆରମ୍ଭ ହେବ ପୋଲିସ୍‌ ଡିଜି ଓ ଆଇଜିଙ୍କ ୫୧ତମ ବାର୍ଷିକ ସମ୍ମିଳନୀ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ୍ ଏକାଡେମୀରେ ଏହା ଅନୁଷ୍ଠିତ ହେବ। ରାଜ୍ୟର ପୋଲିସ୍‌  ଡିଜି  କେ.ବି. ସିଂହ ଓ ଆଇଜି ଏଥିରେ ଯୋଗଦେବେ। ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ୍‌ ଡିଜି ଏବଂ ଆଇଜି ତଥା କେନ୍ଦ୍ରୀୟ ପୋଲିସ୍‌ ସଂସ୍ଥାର ମୁଖ୍ୟମାନେ ଯୋଗଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ […]

kb-shing

Rakesh Mallick
  • Published: Friday, 25 November 2016
  • , Updated: 25 November 2016, 10:39 AM IST

ହାଇଦ୍ରାବାଦ: ଆଜିଠାରୁ ହାଇଦ୍ରାବାଦରେ ଆରମ୍ଭ ହେବ ପୋଲିସ୍‌ ଡିଜି ଓ ଆଇଜିଙ୍କ ୫୧ତମ ବାର୍ଷିକ ସମ୍ମିଳନୀ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ୍ ଏକାଡେମୀରେ ଏହା ଅନୁଷ୍ଠିତ ହେବ। ରାଜ୍ୟର ପୋଲିସ୍‌  ଡିଜି  କେ.ବି. ସିଂହ ଓ ଆଇଜି ଏଥିରେ ଯୋଗଦେବେ। ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ୍‌ ଡିଜି ଏବଂ ଆଇଜି ତଥା କେନ୍ଦ୍ରୀୟ ପୋଲିସ୍‌ ସଂସ୍ଥାର ମୁଖ୍ୟମାନେ ଯୋଗଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏଥିରେ ଯୋଗଦେବେ। ଏହି ଅବସରରେ ଗୁଇନ୍ଦା ବିଭାଗର ଅଧିକାରୀଙ୍କୁ ରାଷ୍ଟ୍ରପତି ପୋଲିସ୍‌ ମେଡାଲ ଏବଂ ପୋଲିସ୍‌ ମେଡାଲ ପ୍ରଦାନ କରାଯିବ।

ଗତବର୍ଷ ଗୁଜରାଟର କଚ୍ଛରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା।

Related story