ଖୁସି ବ୍ୟକ୍ତ କଲେ ପୁଲିସ ଡିଜି; କହିଲେ-ଆଗଉଛି ସ୍ୱାଭିମାନ ଅଞ୍ଚଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦ୍ରୁତଗତିରେ ଉନ୍ନତି ହେଉଛି। ଟ୍ୱିଟ୍‌ ଯୋଗେ ସ୍ୱାଭିମାନ ଅଞ୍ଚଳର ଉନ୍ନତି କଥା କହିବା ସହ ଖୁସି ବ୍ୟକ୍ତ କରିଛନ୍ତି ପୁଲିସ ଡିଜି ଅଭୟ। ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାଭିମାନ ଅଞ୍ଚଳରେ ୪ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ୱାଭିମାନ ଅଞ୍ଚଳର ଟେଲିଫୋନ୍‌ ଟାୱାର ଗୁଡ଼ିକ କାର୍ଯ୍ୟକ୍ଷମ ହେଲାଣି। ଯୋଡ଼ାମ୍ବ ଥାନା ପୁଲିସ ଲୋକମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ସ୍ୱାଭିମାନ ଅଞ୍ଚଳବାସୀଙ୍କ ଜୀବନର ଗୁଣାତ୍ମକ ବିକାଶ ଲାଗି […]

dgp

Manoranjan Sial
  • Published: Sunday, 27 September 2020
  • , Updated: 27 September 2020, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦ୍ରୁତଗତିରେ ଉନ୍ନତି ହେଉଛି। ଟ୍ୱିଟ୍‌ ଯୋଗେ ସ୍ୱାଭିମାନ ଅଞ୍ଚଳର ଉନ୍ନତି କଥା କହିବା ସହ ଖୁସି ବ୍ୟକ୍ତ କରିଛନ୍ତି ପୁଲିସ ଡିଜି ଅଭୟ। ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାଭିମାନ ଅଞ୍ଚଳରେ ୪ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ୱାଭିମାନ ଅଞ୍ଚଳର ଟେଲିଫୋନ୍‌ ଟାୱାର ଗୁଡ଼ିକ କାର୍ଯ୍ୟକ୍ଷମ ହେଲାଣି। ଯୋଡ଼ାମ୍ବ ଥାନା ପୁଲିସ ଲୋକମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ସ୍ୱାଭିମାନ ଅଞ୍ଚଳବାସୀଙ୍କ ଜୀବନର ଗୁଣାତ୍ମକ ବିକାଶ ଲାଗି ସରକାର ସଂକଳ୍ପବଦ୍ଧ ବୋଲି ଡିଜି ଟ୍ୱିଟ୍‌ କରି ଲେଖିଛନ୍ତି।

https://twitter.com/DGPOdisha/status/1310215575293947904?s=20

ଆଜି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳର ବର୍ଷବର୍ଷର ଦାବି ପୂରଣ ହୋଇଛି। ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ସ୍ୱାଭିମାନବାସୀ ଏବେ ପାଇବେ ଉତ୍ତମ ସ୍ୱାସ୍ଥ୍ୟ ସେବା। ସ୍ୱାଭିମାନ ଅଞ୍ଚଳରେ ୪ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛି ଜିଲ୍ଲା ପ୍ରଶାସନ। ସପ୍ତାହରେ ପାଳିକରି ଡାକ୍ତରମାନେ ଚିତ୍ରକୋଣ୍ଡା, ଜାନବାଇ ଓ ଯୋଡ଼ାଆମ୍ବ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଯୋଗାଇବେ।

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ MBBS ଓ ଦୁଇ ଜଣ ବିଶେଷଜ୍ଞ ଡକ୍ଟରଙ୍କୁ ସ୍ୱାଭିମାନ ଅଞ୍ଚଳରେ ନିଯୁକ୍ତି କରିଛି ଜିଲ୍ଲା ପ୍ରଶାସନ। ୪ ଡାକ୍ତର ସ୍ୱାଭିମାନ ଅଞ୍ଚଳରେ ଯୋଗାଇବେ ସ୍ୱାସ୍ଥ୍ୟ ସେବା। ଏହା ଦ୍ୱାରା ଅଞ୍ଚଳର ଅନେକ ଗ୍ରାମବାସୀ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ।

Related story